ETV Bharat / bharat

ବିନା ଜିଏସଟି ବିଲରେ ରାଜପଥରେ ନେଇ ପାରିବେନି ଜିନିଷପତ୍ର

author img

By

Published : Jun 25, 2019, 4:30 PM IST

ଫାଷ୍ଟ ଟ୍ୟାଗ ବ୍ୟାଙ୍କ ପ୍ରଣାଳୀର ଇ-ୱେ ବିଲ ଏବଂ ଲଜିଷ୍ଟିକ ଡାଟାର ସୁବିଧା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଜାତୀୟ ରାଜପଥ ବା ହାଇୱେରେ ଯେଉଁମାନେ ବିନା ଜିଏସଟି ବିଲରେ ଜିନିଷ ନେବେ ସେମାନଙ୍କର ତୁରନ୍ତ ବିଲ ଜେନେରେଟ କରାଯିବା ସହ ସେମାନଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିବ। ଏନେଇ ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଏଣିକି ଜିଏସଟି ଠକେଇ ମାମଲାରେ କେନ୍ଦ୍ର ସରକାର ନେବେ ଶକ୍ତ ପଦକ୍ଷେପ । ସୋମବାର ଲୋକସଭାରେ ଏହାର ସୂଚନା ଦିଆଯାଇଛି । ଏଣିକି ଫାଷ୍ଟ ଟ୍ୟାଗ ବ୍ୟାଙ୍କ ପ୍ରଣାଳୀର ଇ-ୱେ ବିଲ ଏବଂ ଲଜିଷ୍ଟିକ ଡାଟାର ସୁବିଧା କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏହାଦ୍ବାରା ଜିନିଷପତ୍ର ଯିବା ଆସିବା ଉପରେ ନଜର ରଖିହେବ । ଏହି ପ୍ରଣାଳୀ ଦ୍ବାରା ଯେଉଁମାନେ ଜିଏସଟି ଠକୁଛନ୍ତି କିମ୍ବା ଚୋରି କରୁଛନ୍ତି ସେମାନଙ୍କୁ ସହଜରେ ଧରିହେବ ।

ଜାତୀୟ ରାଜପଥ ବା ହାଇୱେରେ ଯେଉଁମାନେ ବିନା ଜିଏସଟି ବିଲରେ ଜିନିଷ ନେବେ ସେମାନଙ୍କର ତୁରନ୍ତ ବିଲ ଜେନେରେଟ କରାଯିବ। ଏହାସହ ସେମାନଙ୍କ ଠାରୁ ଜୋରିମାନା ଆଦାୟ ମଧ୍ୟ ହେବ । ଏନେଇ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସରକାର ନ୍ୟାଶନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆରେ ଫାଷ୍ଟ ଟ୍ୟାଗ ପ୍ରଣାଳୀ ଜରିଆରେ ଇ-ୱେ ବିଲ ପ୍ରଣାଳୀ ଆରମ୍ଭ କରିବାକୁ ଯାଉଛନ୍ତି । ଏହା ଜରିଆରେ ହାଇୱେରେ ଯାତାୟତ କରୁଥିବା ସମସ୍ତ ମାଲ ଉପରେ ନଜର ରଖାଯାଇପାରିବ ।

ଏହା ବାବାଦରେ ଅଧିକାରୀଙ୍କ ଏକ କମିଟି ଗଠନ କରାଯାଇଛି । ଏହି କମିଟିରେ ସାମିଲ ଅଛନ୍ତି କେନ୍ଦ୍ରସରକାର, ରାଜ୍ୟସରକାର, ଜିଏସଟିଏନ, ଏନଆଇସି, ଜିଏସିଟି କାଉନସିଲର ସଦସ୍ୟ । ଏହି କମିଟିକୁ ଜିଏସଟି କାଉସିଲ ଗଠନ କରିଛି । ସେପଟେ ନିର୍ମଳା ସୀତରମଣଙ୍କ କହିବା କଥା ହେଲା ଜାତୀୟ ରାଜପଥର ପ୍ରତିନିଧି ଏବଂ ଏନପିସିଆଇ ଅର୍ଥାତ ନ୍ୟାଶନାଲ ପେମେଣ୍ଟ କର୍ପୋରେଶନ ଅଫ ଇଣ୍ଡିଆର ଲୋକଙ୍କୁ ମଧ୍ୟ ଏହି କମିଟିରେ ସାମିଲ କରାଯିବ । ସେପଟେ ଫାଷ୍ଟ ଟ୍ୟାଗକୁ ଏଲଟିବିରେ ସାମିଲ କରିବା ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ସେଣ୍ଟ୍ରାଲ ବୋର୍ଡ ଅଫ ଇଣ୍ଡାଇରେକ୍ଟ ଇଣ୍ଡଷ୍ଟ୍ରିଆଲ କରିଡୋର ଡେଭଲପମେଣ୍ଟ କର୍ପୋରେଶନ ଏବଂ ଏହାର ସହଯୋଗୀ ସାମିଲ ଥିଲେ । ଯେଉଁମାନେ ଏହି ପ୍ରାଣାଳୀକୁ ଲାଗୁ କରାଯାଇପାରିବ ନା ନାହିଁ ତାହା ଯାଞ୍ଚ କରିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.