ନୂଆଦିଲ୍ଲୀ: ଅନେକ ରାଜ୍ୟ ସରକାର ଏବଂ ବିଶେଷଜ୍ଞମାନେ କୋରୋନା ଭାଇରସ ମୁକାବିଲା ପାଇଁ ଲାଗୁ ହୋଇଥିବା ଲକଡାଉନକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି । କେନ୍ଦ୍ର ବର୍ତ୍ତମାନ ଏହି ଦିଗରେ ଚିନ୍ତା କରୁଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି ।
ସୂତ୍ରରୁ ପ୍ରକାଶ କରାଯାଇଛି, ‘ଦେଶର ବହୁ ରାଜ୍ୟ ସରକାର ତଥା ବିଶେଷଜ୍ଞମାନେ ମଧ୍ୟ ତାଲା ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛନ୍ତି । କେନ୍ଦ୍ର ସରକାର ଏହି ଦିଗରେ ଚିନ୍ତା କରୁଛନ୍ତି ।’ ଦେଶରେ ଦିନକୁ ଦିନ କୋରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ସେତେଟା ନିୟନ୍ତ୍ରଣକୁ ଆସି ନଥିବାରୁ ଏହି ଲକ ଡାଉନ ଅବଧି ବୃଦ୍ଧି କରାଯିବାକୁ ସରକାରଙ୍କ ପକ୍ଷରୁ ଚିନ୍ତା କରାଯାଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 24ରେ କୋରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ 21 ଦିନିଆ ଦେଶବ୍ୟାପୀ ତାଲା ପକାଇବାକୁ ଘୋଷଣା କରିଥିଲେ । ଭାରତରେ କୋରୋନା ପଜିଟିଭ ସଂଖ୍ୟା 4,421 କୁ ବୃଦ୍ଧି ପାଇଛି ବୋଲି ମଙ୍ଗଳବାର ଦିନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି । 4,421ଟି ମାମଲା ମଧ୍ୟରୁ 3,981ଟି ସକ୍ରିୟ ମାମଲା ହୋଇଥିବାବେଳେ 325 ଜଣ ଲୋକ ଆରୋଗ୍ୟ ହୋଇଥିବା ନେଇ ସୂଚନା ମିଳିଛି ।
@ANI