ETV Bharat / bharat

କୋରୋନା ଭୟ: କେନ୍ଦ୍ର ସରକାର ଜାରି କଲେ ହେଲ୍ପଲାଇନ ନମ୍ବର - coronavirus helpline for states

ଭାରତରେ 73ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT) ପାଇଁ ହେଲ୍ପଲାଇନ ନମ୍ବର ତାଲିକା ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...

Centre releases coronavirus helpline
ହେଲ୍ପଲାଇନ ନମ୍ବର ତାଲିକା ଜାରି କଲେ କେନ୍ଦ୍ର ସରକାର
author img

By

Published : Mar 13, 2020, 8:21 AM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ କୋରୋନା ଆତଙ୍କ ଖେଳାଇଛି । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସମଗ୍ର ବିଶ୍ବରେ 1 ଲକ୍ଷ ପାର କରିଥିବା ବେଳେ ସେଥିମଧ୍ୟରୁ ଭାରତରେ 73ଜଣ କୋରୋନା ଆକ୍ରାନ୍ତ ରହିଛନ୍ତି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗତ ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (UT) ପାଇଁ ହେଲ୍ପଲାଇନ ନମ୍ବର ଜାରି କରିଛନ୍ତି।

କେନ୍ଦ୍ରୀୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏହି ତାଲିକା ଅନୁଯାୟୀ, ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଲୋକମାନେ ସହାୟତା ପାଇଁ 011-22307145 ଡାଏଲ୍ କରିପାରିବେ । ଏଥିସହ ଓଡିଶା ଲୋକ କୋରୋନାଭାଇରସ୍ ସମ୍ବନ୍ଧରେ ସହାୟତା ପାଇଁ 9439994859 ଡାଏଲ୍ କରିପାରିବେ ।

ଅନ୍ୟପକ୍ଷରେ ବିହାର, ଗୋଆ, ଗୁଜୁରାଟ, ହିମାଚଳ ପ୍ରଦେଶ, ଝାଡଖଣ୍ଡ, କର୍ଣ୍ଣାଟକ, ପଞ୍ଜାବ, ସିକିମ, ତେଲେଙ୍ଗାନା, ଉତ୍ତରାଖଣ୍ଡ, ଦାଦ୍ରା ଏବଂ ନଗର ହବେଲି, ଦାମନ ଏବଂ ଡିୟୁ, ଲାକ୍ଷଦୀପ ଏବଂ ପୁଡୁଚେରୀ ଲୋକ ସହାୟତା ପାଇଁ 104 ନମ୍ବର ଡାଏଲ କରି କଲ କରିବେ । ସେହିପରି ମେଘାଳୟ ଏବଂ ମିଜୋରାମ ପାଇଁ ହେଲ୍ପଲାଇନ ନମ୍ବର 108 ଏବଂ 102 ଅଟେ ।

ପ୍ରକାଶ ଥାଉକି, ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ମାରାତ୍ମକ କୋରୋନା ଭାଇରସ ଚୀନ ସମେତ ବିଶ୍ବର 53ଟି ଦେଶକୁ ନିଜ କବଳରେ କରିଛି । ଫଳରେ ସମଗ୍ର ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ ଟପିଥିବା ବେଳେ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 73ରେ ପହଞ୍ଚିଛି । ଏଥିସହ ଗତ ଗୁରୁବାର କର୍ଣ୍ଣାଟକରେ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.