ETV Bharat / bharat

ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ:ପ୍ରକାଶ ଜାଭେଦକର

author img

By

Published : Jun 4, 2020, 11:25 AM IST

ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ ଏବଂ ଦୋଷୀକୁ କଠୋର ଦଣ୍ଡ ଦିଆଯିବ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ।

elephant cracker death
ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ

ନୂଆଦିଲ୍ଲୀ: ଗର୍ଭବତୀ ହାତୀ ହତ୍ୟା ଘଟଣାର କଡା ତଦନ୍ତ କରାଯିବ ଏବଂ ଦୋଷୀକୁ କଠୋର ଦଣ୍ଡ ଦିଆଯିବ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ।

ସେ କହିଛନ୍ତି, କେନ୍ଦ୍ର ସରକାର କେରଳ ମାଲାପୁରମ ହାତୀ ହତ୍ୟା ଘଟଣାକୁ ଗମ୍ଭୀର ସହ ନେଇଛନ୍ତି । ଆମେ ଦୋଷୀକୁ ଦଣ୍ଡ ଦେବାରେ କୌଣସି ଅବହେଳା କରିବୁନି । ଏଥିସହ ସେ କହିଛନ୍ତି, ଏହା ଭାରତର ସଂସ୍କୃତି ନୁହେଁ କାହାକୁ ବାଣ ଖୁଆଇ ହତ୍ୟା କରିବା ।

ସେହିପରି କେରଳ ଜଙ୍ଗଲ ମନ୍ତ୍ରୀ କେ ରାଜୁ କହିଛନ୍ତି, ଯେଉଁମାନେ ଏହି ଘଟଣା ସହ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଏହି ଘଟଣା ମାଲାପୁରମର ପାଲାକଡ୍ଡରେ ଘଟିଥିବା ସେ କହିଛନ୍ତି ।

ପ୍ରକାଶ ଥାଉକି, ଗତ ମେ 27ରେ କେରଳର ମାଲାପୁରମର ପାଲାକଡ୍ଡ ଠାରେ କିଛି ଲୋକ ଏକ ଗର୍ଭବତୀ ହାତୀକୁ ସପୁରୀ ମଧ୍ୟରେ ବାଣ ଖଞ୍ଜି ଖାଇବାକୁ ଦେଇଥିଲେ । ଯେଉଁଥିରେ ହାତୀଟିର ଶୋଚନୀୟ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.