ETV Bharat / bharat

ଚଳିତ ଆର୍ଥିକବର୍ଷରେ ଗ୍ରାମାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଦେଇଛି 36 ହଜାର କୋଟି - rural development

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତ ରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି ଯେ ଗ୍ରାମାଞ୍ଚଳ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ 36 ହଜାର କୋଟି ଦାନ କରିଛନ୍ତି ।

ଚଳିତ ଆର୍ଥିକବର୍ଷରେ ଗ୍ରାମାଞ୍ଚଳ ବିକାଶ ପାଇଁ କେନ୍ଦ୍ର ଦେଇଛି 36 ହଜାର କୋଟି

author img

By

Published : Apr 25, 2020, 3:25 PM IST

ନୂଆଦିଲ୍ଲୀ: ଗ୍ରାମାଞ୍ଚଳ ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକୁ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ 36 ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦାନ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ପଞ୍ଚାୟତ ରାଜ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ସ୍କିମ୍ (MGNREGS), ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY-G),ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା (PMGSY)ଏବଂ ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ (NRLM),କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ବାରା ଅଣ-କଣ୍ଟେଣ୍ଟମେଣ୍ଟ ଅଞ୍ଚଳରେ ଏହି ଅର୍ଥ ନିୟୋଜିତ କରିବା ପାଇଁ କହିଛନ୍ତି ।

ସେ ସୂଚନା ଦେଇଛନ୍ତି ଯେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଓ କେନ୍ଦ୍ରଶାସିତ ଆଞ୍ଚଳମାନଙ୍କୁ 36,000 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିସାରିଛି । ମନ୍ତ୍ରଣାଳୟ MGNREGA ଅଧୀନରେ 33,300 କୋଟି ଟଙ୍କା ମଞ୍ଜୁର କରିଛି ଯେଉଁଥିରୁ ବେତନ ଏବଂ ସାମଗ୍ରୀ ଉପରେ ପୂର୍ବ ବର୍ଷର ସମସ୍ତ ବକେୟା ଦେୟ ବାତିଲ କରିବାକୁ 20,225 କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଜୁନ୍, 2020 ପର୍ଯ୍ୟନ୍ତ MGNREGA ଅଧୀନରେ ଥିବା ଖର୍ଚ୍ଚକୁ ପୂରଣ କରିବା ପାଇଁ ଏହି ଅନୁମୋଦିତ ପରିମାଣ ଯଥେଷ୍ଟ ଅଟେ । ଗ୍ରାମାଞ୍ଚଳର ବିକାଶ କାର୍ଯ୍ୟକ୍ରମ ପାଇଁ ପର୍ଯ୍ୟାପ୍ତ ଆର୍ଥିକ ସମ୍ବଳ ଉପଲବ୍ଧ ବୋଲି ମନ୍ତ୍ରୀ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଯଦିଓ କୋଭିଡ -19 ମହାମାରୀ ବ୍ୟାପିବାରେ ଲାଗିଥିବା ଆହ୍ବାନ ଅତ୍ୟନ୍ତ ଗମ୍ଭୀର, ତଥାପି ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ତଥା ମଜବୁତ କରିବା, ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ବିବିଧକରଣକୁ ସୁଗମ କରିବା ପାଇଁ ଏହାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏକ ସୁଯୋଗ ଭାବରେ ଗ୍ରହଣ କରିବା ଆବଶ୍ୟକ।

ସମସ୍ତ ଆବଶ୍ୟକୀୟ କୋଭିଡ-19 ସମ୍ବନ୍ଧୀୟ ସତର୍କତା ଅବଲମ୍ବନ କରିବାବେଳେ ନିଯୁକ୍ତି ଉତ୍ପାଦନ, ଭିତ୍ତିଭୂମି ସୃଷ୍ଟି ଏବଂ ଗ୍ରାମୀଣ ଜୀବିକା ନିର୍ବାହ ସହ ଜଡିତ ଗ୍ରାମୀଣ ବିକାଶ ଯୋଜନା ସକ୍ରିୟ ଭାବରେ ଆରମ୍ଭ କରିବାକୁ ତୋମାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ଅନୁରୋଧ କରିଛନ୍ତି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.