ETV Bharat / bharat

50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କ୍ୟାବିନେଟ ମଞ୍ଜୁରି, ଓଡିଶା ଭାଗରେ 4

ସାରା ଦେଶର ବିଭିନ୍ନ ରାଜ୍ୟରେ ବେସାମରିକ-ସାମରିକ କ୍ଷେତ୍ରରେ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରି ପ୍ରଦାନ କରିଛନ୍ତି। ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ବେସାମରିକ-ସାମରିକ କ୍ଷେତ୍ରରେ ଖୋଲାଯିବ । ଏଥିପାଇଁ 1579.9 କୋଟିର ବ୍ୟୟ ଅଟକଳ ରଖାଯାଇଛି । ଏହି ଅର୍ଥ ନୂତନ ବିଦ୍ୟାଳୟର ନିର୍ମାଣରେ 1241 କୋଟି ଓ ପ୍ରତିଷ୍ଠାନର କର୍ମଚାରୀବୃନ୍ଦଙ୍କ ବେତନ ନିମନ୍ତେ 338କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ଡିଜାଇନ ଫଟୋ
author img

By

Published : Mar 8, 2019, 3:02 PM IST

ନୂଆଦିଲ୍ଲୀ: ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି ନିଆଯାଇଛି । ସାରା ଦେଶର ବିଭିନ୍ନ ରାଜ୍ୟରେ ବେସାମରିକ-ସାମରିକ କ୍ଷେତ୍ରରେ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।

ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ବେସାମରିକ-ସାମରିକ କ୍ଷେତ୍ରରେ ଖୋଲାଯିବ । ଏଥିପାଇଁ 1579.9 କୋଟିର ବ୍ୟୟ ଅଟକଳ ରଖାଯାଇଛି । ଏହି ଅର୍ଥ ନୂତନ ବିଦ୍ୟାଳୟର ନିର୍ମାଣରେ 1241 କୋଟି ଓ ପ୍ରତିଷ୍ଠାନର କର୍ମଚାରୀବୃନ୍ଦଙ୍କ ବେତନ ନିମନ୍ତେ 338କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡ଼ିକ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବା ପରେ ପାଖାପାଖି 50 ହଜାର ଛାତ୍ରଛାତ୍ରୀଙ୍କୁ ଉନ୍ନତ ମାନର ଶିକ୍ଷା ପ୍ରଦାନ କରାଯାଇପାରିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସୂତ୍ରରୁ ପ୍ରକାଶିତ । ସାରା ଦେଶରେ ମୋଟ 12002 ଓ ବିଦେଶରେ 3ଟି କେନ୍ଦ୍ରୀୟ ବିଦ୍ୟାଳୟ ରହିଛି ବୋଲି କହିଛନ୍ତି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ । ମଞ୍ଜୁରି ମିଳିଥିବା ବେସାମରିକ/ସାମରିକ କ୍ଷେତ୍ର ଅନ୍ତର୍ଗତ 50ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକୁ ଦେଶରେ ବାମପନ୍ଥୀ ଓ ଅର୍ଦ୍ଧସାମରିକ ବାହିନୀ ମୂତୟନ ସ୍ଥାନରେ ନିର୍ମାଣ କରାଯିବ ।

ମିଳିଥିବା ସୂଚନା ଅନୁସାରେ ଏହି 50ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରୁ ଓଡିଶା ଭାଗରେ 4ଗୋଟି ବିଦ୍ୟାଳୟ ଖୋଲାଯିବା ପାଇଁ ମଞ୍ଜୁରି ମିଳିଛି । ଓଡିଶାର କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର, ରାୟଗଡ଼ାର ଗୁଣପୁରଠାରେ ଏହି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।

ଆସାମର ସୋନିତାପୁର ଓ ଡାରଙ୍ଗ, ବିହାରର ଗୟା ଓ ସୁପୋଲ, ଛତିଶଗଡ଼ର ବିଳାସପୁର ଓ କୋଣ୍ଡାଗା ହରିଆଣାର ଯମୂନା ନଗର, ଗୁରୁଗ୍ରାମ ଓ ସୋନପାଟ, ମଧ୍ୟପ୍ରଦେଶର ଆଗ୍ରା-ମାଲୱା, ଅନ୍ନୁପୁର, ମାନଡସପୁର ଓ ଗୋୱାଲିୟରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରାଯିବ । ସେହିଭଳି ତାମିଲନାଡୁର କୋଏମ୍ବାଟୁର, ତିରିପୁର, ଶିବଗାଙ୍ଗୀ ଓ ମଦୁରାଇ ଠାରେ ବିଦ୍ୟାଳୟ ଖୋଲାଯିବା । ଉତ୍ତର ପ୍ରଦେଶର ବାରଣାସୀ, ଫତେପୁର, ହାମିରପୁର, ଲକ୍ଷ୍ମୀପୁର ଖେରି, ଆଗ୍ରା ଓ ବେହାରଚିଠାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଉତ୍ତରାଖଣ୍ଡର ଉଦ୍ଦାମ ସିଂହ ନଗର ଓ ଚାମ୍ପେୱାଟରେ ପଶ୍ଚିମବଙ୍ଗର ସିଲିଗୁଡିଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରିଯିବ।

ଝାଡ଼ଖଣ୍ଡର କୋଦେରମା, ଷଢେଇକଳା, ଖରସୁଆଁ, ପଶ୍ଚିମ ସିଂହଭୂମି ଏହାସହ ତ୍ରିପୁରାର ସେପାହିଜାଲଠାରେ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। କର୍ଣ୍ଣାଟକର ବେଲଗାମ ଓ ବେଙ୍ଗାଲୁରଠାରେ, ପ୍ରତାପଗଡ ଓ ଡାସୁଆ ରାଜସ୍ଥାନ, ଆନ୍ଧ୍ରପ୍ରଦେଶର ଗୁଣ୍ଟୁର, ଅରୁଣାଞ୍ଚଳ ପ୍ରଦେଶର ଅଞ୍ଜୱା, ନାମସି ଓ ଅପର ସୁବାନସାରିଠାରେ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ସେହିପରି ହିମାଚଳ ପ୍ରଦେଶର ମଣ୍ଡି, ଜାମ୍ମୁ ଓ କାଶ୍ମୀରର ଡୋଡା, କେରଳର ଏର୍ଣ୍ଣାକୁଲମ, ମହାରାଷ୍ଟ୍ର ଗୋଡଚିରୋଲିଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ।

ସ୍ୱଚ୍ଛ ସର୍ବେକ୍ଷଣ ମାନ୍ୟତା ରେ ସ୍ମାର୍ଟସିଟି ର ରିଆଙ୍କ ତଳକୁ ଖସିଲା।ଜାତୀୟ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ରେ ବର୍ଷକ ଭିତରେ ସ୍ମାର୍ଟସିଟି ର ଅସଲ ଚେହେରା ପଦାକୁ ଆସିଛି।ଗତ ବର୍ଷ ଭୁବନେଶ୍ୱର ସ୍ମାର୍ଟସିଟି ୨୪୩ ରିଆଙ୍କ ରେ ଥିବା ବେଳେ ୨୦୧୯ ରେ ୧୮୭୮ ପଏଣ୍ଟ୍ସ ପାଇ ୨୮୮ ସ୍ଥାନ କୁ  ଖସି ଆସିଛି ।ସବୁଠୁ ଚର୍ଚ୍ଚାର ବିଷୟ ହେଲା ସ୍ମାର୍ଟସିଟି କୁହାଯାଉଥିବା ଭୁବନେଶ୍ୱର ବ୍ରହ୍ମପୁର ଠାରୁ ପଛରେ ପଡିଯାଇଛି।ଜାତୀୟ ସ୍ତରରେ ବ୍ରହ୍ମପୁର ୨୨୦୫ ପଏଣ୍ଟ୍ସ ପାଇ ୨୧୬ ସ୍ଥାନରେ ଅଛି।ବିଭିନ୍ନ ଆଧାର କୁ ଭିତ୍ତି କରି ଜାତୀୟ ସ୍ତରରେ ପ୍ରତିବର୍ଷ ସ୍ୱଚ୍ଛ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।ବର୍ଜ୍ୟବସ୍ତୁ ସଂଗ୍ରହ, ବର୍ଜ୍ୟବସ୍ତୁ ପରିବହନ, ବର୍ଜ୍ୟବସ୍ତୁ ପରିଚାଳନା ଓ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ନିଷ୍କାସନ ଭଳି କମ୍ପୋନେଣ୍ଟ କୁ ଆଧାର କରି ସ୍ୱଚ୍ଛତା ର ମାନଦଣ୍ଡ ସ୍ଥିର କରାଯାଏ।ଯେହେତୁ ଭୁବନେଶ୍ୱର ସ୍ଥିତ ଭୁଆଶୁଣି ଠାରେ ଥିବା ବର୍ଜ୍ୟବସ୍ତୁ ସ୍ଥାନ କୁ ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ ରେ କେସ ବିଚାରଧୀନ ସେଥିପାଇଁ ବର୍ଜ୍ୟବସ୍ତୁ ପରିଚାଳନା କୁ ନେଇ ବାଧା ଉପୁଜିଛି।

ଭୁବନେଶ୍ୱର ସ୍ମାର୍ଟସିଟି ରିଆଙ୍କ ସ୍ୱଚ୍ଛତାରେ ତଳକୁ ଖସିବା ଏକ ଦୁଃଖଦ ଘଟଣା।ତଳକୁ ଖସିଲା ପରେ ସରକାର ଙ୍କ ନିଦ ଏବେ ଭାଙ୍ଗିଲା,ଧ୍ୟାନ ଯେତେବେଳେ ଦେବା କଥା ଦେଲେଣି ଏବେ ଭାବିଲେ କଣ ହେବ।ସବୁ ଭୋଟ ପାଇଁ କରାଯାଉଛି ।୧୯ ବର୍ଷର ସରକାର ଚାଲିଛି, ଆଗକୁ ସାଧାରଣ ଲୋକେ ତାର ଜବାବ ଦେବେ ବୋଲି ଭୁବନେଶ୍ବର ସାଧାରଣ ନାଗରିକ କହିଛନ୍ତି।

ଭୁବନେଶ୍ୱର ରେ ସାଧାରଣ ଲୋକଙ୍କ ସ୍ୱଚ୍ଛତା କୁ ନେଇ ସଚେତନତାର  ଅଭାବ, ଲୋକଙ୍କ ସମ୍ପୃକ୍ତି ବହୁତ କମ,ସ୍ୱଚ୍ଛ ସର୍ବେକ୍ଷଣ ର ଅନେକ କାମ କାଗଜ କଲମ ରେ ହେଉଛି ବାସ୍ତବତା ଠାରୁ ବହୁତ ଦୂରରେ ବୋଲି ବିଡିଏ ଟାଉନ ପ୍ଲାନର ପୀୟୂଷ ରାଉତ କହିଛନ୍ତି।

ସ୍ୱଚ୍ଛ ସର୍ବେକ୍ଷଣ ର ବିଭିନ୍ନ ମାନଦଣ୍ଡ ଅଛି, କଠିନ ବର୍ଜ୍ୟବସ୍ତୁ ପରିଚାଳନା ମୁଖ୍ୟ ଦାଇତ୍ୱ, ଭୁଆଶୁଣି ରେ ଡ଼ମ୍ପିଙ୍ଗ ୟାର୍ଡ ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲ ରେ କେସ ଚାଲିଛି ଯାହା ବିଏମସି ଅଞ୍ଚଳରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ବଡ ବଡ ବାଧକ ସାଜିଛି ଯାହା ପାଇଁ ବିଏମସି ସ୍ମାର୍ଟସିଟି ସ୍ୱଚ୍ଛ ସର୍ବେକ୍ଷଣ ଦୌଡ଼ରେ ପଛରେ ପଡିଗଲା।ଆମେ ସେ କେସ କୁ ସମାଧାନ କରିବାପରେ ସ୍ୱଚ୍ଛତାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରିବୁ ଵୋଲି ବିଏମସି ଆୟୁକ୍ତ ସମର୍ଥ ଭର୍ମା କହିଛନ୍ତି।

ମୁଖ୍ୟ କଥା ହେଲା ସ୍ୱଚ୍ଛତା କୁ ନେଇ ଏବେବି ସାଧାରଣ ଲୋକଙ୍କ ଭିତରେ ସଚେତନତା ନାହିଁ ଏବେବି ଅଧିକାଂଶ ଲୋକେ ବର୍ଜ୍ୟବସ୍ତୁ ର ସଠିକ ପରିଚାଳନା ବଦଳରେ ସେଗୁଡିକୁ ଜଳିବା ଓ ବିକ୍ଷିପ୍ତ ଭାବେ ବାହାରେ ଫୋଫଡ଼ିବାକୁ ପଛାଉନାହାନ୍ତି।ଭୁବନେଶ୍ୱର ରେ ମୋଟ ୧୭୫ ଟି ଗୋଷ୍ଠି  ଓ ସାଧାରଣ ଶୌଚାଳୟ ଥାଇ ବି ଲୋକେ ବାହାରେ ଶୌଚ ହେଉଛନ୍ତି।ବିଏମସି - ଏସେଲ ଭୁବନେଶ୍ୱର ଏମ ଏସ ଡବ୍ଲ୍ୟୁ ଲି.  ସହିତ ଭୁଆଶୁଣି ଠାରେ ୬୧ ଏକର ଜାଗାରେ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ବୈଜ୍ଞାନିକ ପଦ୍ଧତିରେ ବର୍ଜ୍ୟବସ୍ତୁ ର ନିଷ୍କାସନ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।ଏହି ଚୁକ୍ତି ଅନୁସାରେ ବିଏମସି ଓ ସିଏମସି ରୁ ନିର୍ଗତ ବର୍ଜ୍ୟବସ୍ତୁ କୁ ବ୍ୟବହାର କରାଯାଇ ବିଦ୍ୟୁତ ଉତ୍ପାଦନ ହେବାର ଥିଲା।ସ୍ଥାନୀୟ ମୁଦ୍ଦା କୁ ନେଇ ଏବେ ଏଞ୍ଜିଟି ରେ କେସ ଚାଲିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.