ETV Bharat / bharat

ସବୁ ରାଜ୍ୟର ସୀମାକୁ ସିଲ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ - covid-19

କଡାକଡି ପାଳନ ହେଉନି ଲକ ଡାଉନ ନିୟମ । ସବୁ ରାଜ୍ୟର ସୀମା ସିଲ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ସବୁ ରାଜ୍ୟର ସୀମାକୁ ସିଲ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

author img

By

Published : Mar 29, 2020, 8:11 PM IST

ନୂଆଦିଲ୍ଲୀ: ସାରା ଦେଶ ଏବେ କୋରୋନା ସହ ଲଢେଇ କରୁଛି । ଏହା ପାଇଁ ଦେଶରେ ଅଘୋଷିତ ବନ୍ଦ ଘୋଷଣା କରାଯାଇଛି । ହେଲେ ଏହି ଲକ ଡାଉନ ନିୟମକୁ ଖାତିର ନ କରି ଘର ମୁହାଁ ଦିନ ମଜୁରିଆ । ଯିଏ ଯେଉଁଠାରେ କାମ କରୁଥିଲେ ସେଠାରୁ ଚାଲି ଆସି ଗାଁକୁ ଚାଲିଯାଉଛନ୍ତି । ଏଭଳି ସ୍ଥିତିରେ କୋରୋନା ଆହୁରି ବ୍ୟାପିବା ନେଇ ଆଶଙ୍କା ସୃଷ୍ଟି କରିଛି । ତେଣୁ ଏପରି ପରିସ୍ଥିତିରେ ରାଜ୍ୟ ଓ ଜିଲ୍ଲାର ସମସ୍ତ ସୀମାକୁ ସିଲ କରିଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ।

ସେପଟେ ଏହି ଶ୍ରମିକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରହିବା, ଖାଇବାର ସମସ୍ତ ବ୍ୟବସ୍ଥା କରାଯାଇଥିବାର କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହା ସହ ଶ୍ରମିକଙ୍କୁ ବେତନ ମିଳିବ । ଆଉ ଯଦି କୌଣସି ବ୍ୟକ୍ତି ଛାତ୍ର କିମ୍ବା ଶ୍ରମିକଙ୍କୁ ଘରେ ରଖିବାକୁ ଅନୁମତି ନ ଦିଅନ୍ତି, ତେବେ ଭଡାଟିଆଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

ସୂଚନାଯୋଗ୍ୟ,ଗତ ମାର୍ଚ୍ଚ 21 ତାରିଖରେ ମୋଦି 21 ଦିନ ପାଇଁ ଲକ ଡାଉନ ଘୋଷଣା କରିଥିଲେ । ଜରୁରୀ ନଥିଲେ କେହି କେଉଁଠି ଯାଇ ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ହେଲେ ଦେଶର ବଡ ବଡ ସହରରେ କାମ କରୁଥିବା ଶ୍ରମିକ କାମଧନ୍ଦା ଓ ଖାଇବା ପିଇବା ନ ପାଇ ହଜାର ହଜାର ଶ୍ରମିକ ଗାଁ ଫେରି ଯିବାକୁ ଉଦ୍ୟମ କରୁଛନ୍ତି । ଫଳରେ ବସ ଷ୍ଟାଣ୍ଡ ଓ କେତେକ ସ୍ଥାନରେ ଜମା ହେଉଛନ୍ତି ଶ୍ରମିକ । ଯାହା ଲକ ଡାଉନର ଉଦ୍ଦେଶ୍ୟକୁ ଅସଫଳ କରାଇପାରେ । ସେପଟେ, ସମସ୍ତ ବସଗୁଡିକୁ ସୀମାରେ ଅଟକାଇ ଯାତ୍ରୀମାନଙ୍କୁ 14 ଦିନର କ୍ବାରେଣ୍ଟାଇନରେ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.