ETV Bharat / bharat

କେନ୍ଦ୍ର ସରକାର ବଢାଇପାରନ୍ତି ଲକଡାଉନ ! - କୋରୋନା ଭାଇରସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ରସରକାର ଏହା ଉପରେ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଅଧିକ ପଢନ୍ତୁ...

Centre considering to extend lockdown by two weeks : Govt Sources
କେନ୍ଦ୍ର ସରକାର ବଢାଇପାରନ୍ତି ଲକଡାଉନ!
author img

By

Published : Apr 11, 2020, 5:27 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । ତେବେ କେନ୍ଦ୍ର ସରକାର ଏହା ଉପରେ ବିଚାର କରୁଥିବା ସରକାରୀ ସୂତ୍ରରୁ ଜଣାପଡିଛି । କେନ୍ଦ୍ର ସରକାରଙ୍କ ସୂତ୍ରରୁ ଜଣାଯାଇଛି, ‘ଅଧିକାଂଶ ରାଜ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଲକଡାଉନକୁ ଆଉ 2 ସପ୍ତାହ ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି । କେନ୍ଦ୍ର ସରକାର ଏହି ଅନୁରୋଧ ଉପରେ ବିଚାର କରୁଛନ୍ତି ।’

ଗତ ମାସରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା 21 ଦିନିଆ ଦେଶବ୍ୟାପୀ ଲକଡାଉନ 14 ଏପ୍ରିଲରେ ଶେଷ ହେବ । ତା ପୂର୍ବରୁ ଏହି ସରକାର ପୁଣି ଦୁଇ ସପ୍ତାହ ପାଇଁ ଲକଡାଉନ ଘୋଷଣା କରିପାରନ୍ତି । ପ୍ରଧାନମନ୍ତ୍ରୀ କୋରୋନା ଭାଇରସ ପରିସ୍ଥିତି ଓ ଏହାର ବିସ୍ତାରକୁ ରୋକିବା ପାଇଁ କରାଯାଇଥିବା ଲକଡାଉନ ପ୍ରସଙ୍ଗରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ଭିଡିଓ କନଫରେନ୍ସରେ ଆଲୋଚନା କରିଛନ୍ତି ।

21 ଦିନିଆ ଦେଶବ୍ୟାପୀ ତାଲା ପକାଇବା ନିଷ୍ପତ୍ତିକୁ ସମର୍ଥନ କରିଥିବାରୁ ମୋଦି ରାଜ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ କୋରୋନା ମୁକାବିଲା ପାଇଁ ସମସ୍ତ ରାଜ୍ୟ କିପରି ଏକ ଦଳ ଭାବରେ କାର୍ଯ୍ୟ କରିଛନ୍ତି ତାହାକୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ବିଶ୍ବ ପରିସ୍ଥିତି ସନ୍ତୋଷଜନକ ନୁହେଁ ଏବଂ କେତେକ ଦେଶରେ କୋରୋନା ଗୋଷ୍ଠୀ ସଂକ୍ରମଣର ରୂପ ନେଇଥିବା ସୂଚନା ରହିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.