ETV Bharat / bharat

ପ୍ରବାସୀଙ୍କ ଖାଦ୍ୟ ଓ ଆଶ୍ରୟ ସୁନିଶ୍ଚିତ କରିବେ ରାଜ୍ୟ ସରକାର: କେନ୍ଦ୍ର - central govt. told state govt.

ସଡକ ଓ ରେଳ ଧାରଣାରେ ଚାଲି ଚାଲି ଫେରୁଥିବା ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି ।

central govt.
ପ୍ରବାସୀଙ୍କ ଖାଦ୍ୟ ଓ ଆଶ୍ରୟ ସୁନିଶ୍ଚିତ କରିବେ ରାଜ୍ୟ ସରକାର
author img

By

Published : May 16, 2020, 10:56 AM IST

ନୂଆଦିଲ୍ଲୀ: ସଡକ ଓ ରେଳ ଧାରଣାରେ ଚାଲିଚାଲି ଫେରୁଥିବା ଶ୍ରମିକଙ୍କ ପାଇଁ ଖାଦ୍ୟ ଓ ଆଶ୍ରୟ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କୁ ଅଟକାଇ ସ୍ବତନ୍ତ୍ର ଟ୍ରେନ ଯୋଗେ ପଠାଇବାକୁ କେନ୍ଦ୍ର ସରକାର କହିଛନ୍ତି ।

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ ଦେଶର ବିଭିନ୍ନ ସ୍ଥାନରେ ସଡକ, ରେଳ ପଥ ଓ ଟ୍ରକରେ ପ୍ରବାସୀ ଶ୍ରମିକମାନେ ବୁଲୁଥିବା ଦେଖାଯାଉଛି। ସେ କହିଛନ୍ତି ଯେ ପୂର୍ବରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଥିଲା ଯେ ଯଦି ପ୍ରବାସୀ ଶ୍ରମିକମାନେ ରାସ୍ତାରେ ଯାଉଥିବାର ଦେଖାଯାଏ, ତେବେ ସେମାନଙ୍କୁ ନଯିବା ପାଇଁ କହିବା ସହ ସେହି ସ୍ଥାନରେ ହିଁ ଖାଦ୍ୟ ଓ ଆଶ୍ରୟର ବନ୍ଦୋବସ୍ତ କରିବା ଉଚିତ୍ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ବତନ୍ତ୍ର ଟ୍ରେନ୍ ଓ ବସରେ ପ୍ରବାସୀ ଶ୍ରମିକଙ୍କ ଯାତ୍ରା ପାଇଁ ସରକାର ଅନୁମତି ଦେଇଛନ୍ତି ଯାହା ଦ୍ବାରା ସେମାନେ ନିଜ ନିଜ ଘରେ ପହଞ୍ଚି ପାରିବେ। ବର୍ତ୍ତମାନ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଦାୟିତ୍ବ ହେଉଛି ଯେ ନିଜ ରାଜ୍ୟକୁ ଯିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକଙ୍କ ବ୍ୟବସ୍ଥା କରାଯିବା ଉଚିତ।

ସେ କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ ସମନ୍ବୟ ରକ୍ଷା କରି ରେଳ ମନ୍ତ୍ରଣାଳୟ ପ୍ରତିଦିନ 100 ରୁ ଅଧିକ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଚଳାଉଛି। ଏହା ସହିତ ଆବଶ୍ୟକ ସମୟରେ ଅତିରିକ୍ତ ଟ୍ରେନ ମଧ୍ୟ ଚାଲୁ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.