ETV Bharat / bharat

ଅନୁଚ୍ଛେଦ 371 ଉଚ୍ଛେଦ ହେବନାହିଁ: ଅମିତ ଶାହ - ଅନୁଚ୍ଛେଦ 371

ପୂର୍ବୋତ୍ତରକୁ ବିଶେଷ ମାନ୍ୟତା ଦେଉଥିବା ଧାରା 371ର ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ସ୍ଥାନ ରହିଛି । ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ଅରୁଣାଚଳ ପ୍ରଦେଶର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

Amit Shah
ଅମିତ ଶାହ
author img

By

Published : Feb 21, 2020, 11:19 AM IST

ଇଟାନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ କେନ୍ଦ୍ର ସରକାର ଅନୁଚ୍ଛେଦ 371କୁ ମଧ୍ୟ ଉଚ୍ଛେଦ କରିବେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଏନେଇ ବଡ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପୂର୍ବୋତ୍ତରକୁ ବିଶେଷ ମାନ୍ୟତା ଦେଉଥିବା ଧାରା 371ର ଭାରତୀୟ ସମ୍ବିଧାନରେ ସ୍ବତନ୍ତ୍ର ସ୍ଥାନ ରହିଛି ଏବଂ ବିଜେପି ସରକାର ଏହାକୁ ସମ୍ମାନ କରୁଛି । ବିଜେପି ସରକାର ଏଥିରେ କୌଣସି ପରିବର୍ତ୍ତନ କରିବ ନାହିଁ ବୋଲି ଅରୁଣାଚଳ ପ୍ରଦେଶର ଲୋକଙ୍କୁ ଆଶ୍ବାସନା ଦେଇଛନ୍ତି ଶାହ ।

ଅମିତ ଶାହ

ଅରୁଣାଚଳ ପ୍ରଦେଶର 34ତମ ସ୍ଥାପନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି, 'ପୂର୍ବୋତ୍ତରର ସଂସ୍କୃତି ବିନା ଭାରତର ସଂସ୍କୃତି ଅପଙ୍ଗ । ଅଗଷ୍ଟ ମାସରେ ଧାରା 370 ଉଚ୍ଛେଦ କରାଯିବା ପରେ ଅନୁଚ୍ଛେଦ 371 ମଧ୍ୟ ଉଚ୍ଛେଦ ହେବ ବୋଲି ପୂର୍ବୋତ୍ତର ରାଜ୍ୟର ଲୋକଙ୍କୁ ଭ୍ରମିତ କରାଗଲା । ଆଜି ମୁଁ ସମଗ୍ର ପୂର୍ବୋତ୍ତରର ଲୋକଙ୍କୁ କହିବାକୁ ଚାହୁଁଛି ଯେ, ଅନୁଚ୍ଛେଦ 371କୁ କେହି ବି ଉଚ୍ଛେଦ କରିପାରିବେ ନାହିଁ ।'

ଅରୁଣାଚଳ ପ୍ରଦେଶ 1987 ଫେବୃଆରୀ 20 ତାରିଖରେ ମିଜୋରାମଠାରୁ ଅଲଗା ହୋଇ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ଗୁରୁବାର ରାଜ୍ୟର 34ତମ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଅନେକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ । ଅନ୍ୟପକ୍ଷରେ ଶାହଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ବିରୋଧ କରିଥିଲେ ରାଜ୍ୟର ଯୁବବର୍ଗ । ସେମାନେ ଶାହଙ୍କ ଗସ୍ତକୁ ବିରୋଧ କରି ପୋଷ୍ଟର ଦେଖାଇବା ସହ ନାରାବାଜି ନାରାବାଜି କରିଥିଲେ । ମୋଟା ଭାଇ ଗୋ ବ୍ୟାକ ଏବଂ ନୋ ସିଏଏ ନାରାରେ ଫାଟି ପଡିଥିଲା ଇଟାନଗର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.