ETV Bharat / bharat

MSP ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର

କେନ୍ଦ୍ର ସରକାର ନ୍ୟୁନତମ ସମର୍ଥନ ମୂଲ୍ୟ(ଏମଏସପି) ଉପରେ କରିପାରନ୍ତି ବଡ ଘୋଷଣା । ଏମଏସପିକୁ ନେଇ ଜାରି ରହିଛି ବିବାଦ । ଏହି କାରଣରୁ ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାର ଚାଷୀ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଅଧିକ ପଢନ୍ତୁ...

MSP ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର
MSP ଉପରେ ବଡ ଘୋଷଣା କରିପାରନ୍ତି ମୋଦି ସରକାର
author img

By

Published : Sep 21, 2020, 3:44 PM IST

ନୂଆଦିଲ୍ଲୀ: ଚାଷୀଙ୍କ ସହ ଜଡିତ କୃଷି ବିଧେୟକକୁ ନେଇ ବଢିଚାଲିଛି ବିବାଦ । ବିଧେୟକକୁ ଚାଷୀ ବିରୋଧୀ କହି ମୋଦି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିସ୍ଥିତିରେ କେନ୍ଦ୍ର ସରକାର ନ୍ୟୁନତମ ସମର୍ଥନ ମୂଲ୍ୟ(ଏମଏସପି) ଉପରେ କରିପାରନ୍ତି ବଡ ଘୋଷଣା ।

ସୂଚନା ଅନୁଯାୟୀ ମୋଦି କ୍ୟାବିନେଟରେ ରବି ଫସଲ ଉପରେ ଏମଏସପିର ଘୋଷଣା ହୋଇପାରେ । ଏମଏସପିକୁ ନେଇ ଜାରି ରହିଛି ବିବାଦ । ଏହି କାରଣରୁ ଉତ୍ତରପ୍ରଦେଶ, ପଞ୍ଜାବ ଓ ହରିୟାଣାର ଚାଷୀ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

କୃଷି କ୍ଷେତ୍ର ସହ ଜଡିତ 2ଟି ବିଧେୟକରେ ଏମଏସପି ବାବଦରେ ସ୍ପଟ ସୂଚନା ନିଥିବାରୁ ନାରାଜ ଅଛନ୍ତି ଚାଷୀ । ଅନ୍ୟପକ୍ଷେ ପୂର୍ବଭଳି ଏମଏସପି ବ୍ୟବସ୍ଥା ଜାରି ରହିବ ବୋଲି ଜୋର ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରବିବାର ରାଜ୍ୟସଭାରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଥିଲେ ଯେ 2009-14 ବର୍ଷ ତୁଳନାରେ ଡାଲି ଫସଲ ପାଇଁ ଚାଷୀଙ୍କୁ ଏମଏସପି ଦେୟ ଗତ ପାଞ୍ଚ ବର୍ଷ ମଧ୍ୟରେ 75 ଗୁଣ ବୃଦ୍ଧି ପାଇଛି । ଗତ 5 ବର୍ଷ ମଧ୍ୟରେ 49000 କୋଟି ଟଙ୍କା ଏମଏସପି ପ୍ରଦାନ କରାଯାଇଛି ।

ଗତ 5 ବର୍ଷ ମଧ୍ୟରେ 2460 କୋଟି ଟଙ୍କା ତୁଳନାରେ 25,000 କୋଟି ଏମଏସପି ପ୍ରଦାନ କରାଯାଇଛି । ଚଳିତ ବର୍ଷ ରବି ଫସଲରେ ଗହମ, ଧାନ, ଡାଲି ଏବଂ ତୈଳବୀଜ ସହିତ କୃଷକମାନଙ୍କୁ ଏମଏସପି ବାବଦରେ 1 ଲକ୍ଷ 13 ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା କୃଷିମନ୍ତ୍ରୀ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.