ETV Bharat / bharat

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ - cbse result

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ
ସିବିଏସଇ ଦ୍ବାଦଶ ପରୀକ୍ଷା ରେଜଲ୍ଟ ପ୍ରକାଶ
author img

By

Published : Jul 13, 2020, 12:52 PM IST

Updated : Jul 13, 2020, 4:04 PM IST

12:48 July 13

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ସିବିଏଇ ଦ୍ବାଦଶ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଆଜି ମଧ୍ୟାହ୍ନ ସମୟରେ ପରୀକ୍ଷା ଫଳାଫଳ ବାହାରିଛି । ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ବିଟ କରି ସୂଚନା ଦେଇଛନ୍ତି । ଏଥିସହ ପୋଖରିଆଲ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ନିଜ ରେଜଲ୍ଟ cbseresults.nic.in ୱେଟସାଇଟରେ ଦେଖିପାରିବେ ।  

ବୋର୍ଡ ସୂଚନା ଅନୁସାରେ, ଚଳିତ ବର୍ଷ ଛାତ୍ରଙ୍କ ପାସ ହାର 88.78 ପ୍ରତିଶତ ରହିଛି ।  ପୁଅଙ୍କ ଅପେକ୍ଷା ଝିଅଙ୍କ ପ୍ରଦର୍ଶନ ଭଲ ରହିଛି । କେବଳ ଛାତ୍ରୀଙ୍କ ପାସ ହାର 92.15 ପ୍ରତିଶତ ରହିଛି । ସେହିପରି ଚଳିତ 2020 ମସିହାରେ 12,03,595 ଛାତ୍ରଛାତ୍ରୀ ପଞ୍ଜୀକୃତ ହୋଇଥିବା ବେଳେ 11,92,961 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେଥିମଧ୍ୟରୁ 10,59,080 ଛାତ୍ରଛାତ୍ରୀ ସଫଳତାର ସହ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷର ପାସ ହାର 88.78 ପ୍ରତିଶତ ରହିଛି ।  

ଅନ୍ୟପକ୍ଷରେ, ଜୋନ ଅନୁସାରେ ତ୍ରିଭେନ୍ଦ୍ରମରେ ସର୍ବାଧିକ ପାସ ହାର 97.67 ପ୍ରତିଶତ ରହିଛି । ସେହିପରି ଦିଲ୍ଲୀ ପଶ୍ଚିମ 94.61 ଓ ଦିଲ୍ଲୀ ପୂର୍ବରେ ପାସ ହାର 94.24 ପ୍ରତିଶତ ରହିଛି । ଅନ୍ୟ ପକ୍ଷରେ ପାଟନାରେ ସର୍ବନିମ୍ନ 74.57 ପ୍ରତିଶତ ପାସ ହାର ରହିଛି । 

ସୂଚନାଯୋଗ୍ୟ, ଦେଶରେ ମହାମାରୀ କୋରୋନା ସଂକ୍ରମଣ ବୃଦ୍ଧିକୁ ଦେଖି କେତୋଟି ବିଷୟର ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହି ବିଷୟରେ ପିଲାମାନଙ୍କୁ ଆଭରେଜ୍ ମାର୍କ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଅଧିକ ଫଳାଫଳ ଚାହୁଁଥିବା ଦ୍ୱାଦଶ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ଏହା ଏକ ଇଚ୍ଛାଧୀନ ପରୀକ୍ଷା କରିବ ବୋଲି ସିବିଏସ୍ଇ କହିଛି। ପରିସ୍ଥିତି ଅନୁକୂଳ ହେଲେ ଇଚ୍ଛାଧୀନ ପରୀକ୍ଷା କରାଯିବ।

@ANI

Last Updated : Jul 13, 2020, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.