କୋଭିଡ୍-୧୯ ମହାମାରୀ ରାଜ୍ୟଗୁଡ଼ିକର ଅର୍ଥନୀତିକ ସ୍ଥିତିକୁ ବିପର୍ଯ୍ୟସ୍ତ କରିଦେଇଛି। ଗୋଟିଏ ପଟେ ରାଜସ୍ଵ ହାନୀ ଆଉ ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ କ୍ଷୀଣ ସହାୟତା ରାଜ୍ୟଗୁଡ଼ିକୁ ସଙ୍କଟ ପରିସ୍ଥିତି ଆଡ଼କୁ ଟାଣି ନେଉଛି। ଆଠ ସପ୍ତାହ ଧରି ସମ୍ପୂର୍ଣ୍ଣ ଲକ୍ଡାଉନ୍ ଘୋଷଣା ଦ୍ଵାରା ରାଜ୍ୟଗୁଡ଼ିକର ଆୟ କମିବା ସହ ସ୍ଵାସ୍ଥ୍ୟସେବା ଓ ଜନମଙ୍ଗଳ ଲାଗି ଅଧିକ ଅର୍ଥ ଆବଣ୍ଟନ କରିବା ସେମାନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହିପରି ଏକ ଅପ୍ରସ୍ତୁତ ସଙ୍କଟକୁ ମୁକାବିଲା କରିବା ଲାଗି ରାଜ୍ୟଗୁଡ଼ିକ କେନ୍ଦ୍ରକୁ ଅତିରିକ୍ତ ପାଣ୍ଠି ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀମାନେ ରାଜ୍ୟଗୁଡ଼ିକ ଉପରେ ଧାର୍ଯ୍ୟ କରାଯାଇଥିବା ଅର୍ଥିକ ନିଅଣ୍ଟ ପରିସ୍ଥିତି ହାରକୁ ବଢ଼ାଇବା ଲାଗି ଅନୁରୋଧ କରିଛନ୍ତି। ଏହା ହେଲେ ରାଜ୍ୟଗୁଡ଼ିକ ଅଧିକ ଖର୍ଚ କରିବାକୁ ସକ୍ଷମ ହେବେ ବୋଲି ଆଶା କରାଯାଇଛି।
ଆର୍ଥିକ ଦାୟିତ୍ଵବୋଧ ଏବଂ ବଜେଟ୍ ପରିଚାଳନା (ଏଫ୍ଆର୍ବିଏମ୍) ଆଇନ ଅନୁସାରେ ରାଜ୍ୟଗୁଡ଼ିକ ଆର୍ଥିକ ନିଅଣ୍ଟ ସ୍ଥିତିକୁ ୩ ପ୍ରତିଶତ ଭିତରେ ସୀମିତ ରଖିବାକୁ ବାଧ୍ୟ। କିନ୍ତୁ ବର୍ତ୍ତମାନ, ଯେଉଁ ପରିସ୍ଥିତି ଚାଲିଛି ତାହାକୁ ମୁକାବିଲା କରିବା ଲାଗି ଏହି ଆଇନର ବ୍ୟବସ୍ଥାକୁ ଚଳିତ ବର୍ଷ ଲାଗି କୋହଳ କରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ କେନ୍ଦ୍ର ଏହାକୁ ଏଯାଏ ଧ୍ୟାନ ଦେଇ ନାହାନ୍ତି। ଅପରପକ୍ଷେ ରାଜ୍ୟ ସରକାର ଅର୍ଥନୀତିକୁ ପ୍ରୋତ୍ସାହନ ଦେବା ଲାଗି ଯେଉଁ ୨୧ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି ସେଥିରେ କୌଣସି ରାଜ୍ୟ ଫାଇଦା ପାଉ ନାହାନ୍ତି। ଅର୍ଥମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପ ଅନୁସାରେ ରାଜ୍ୟଗୁଡ଼ିକର ଋଣ ସୀମାକୁ ୫ ପ୍ରତିଶତ ବୃଦ୍ଧି କରାଯାଇଛି , ଏହା ପ୍ରଶଂସାଯୋଗ୍ୟ। କିନ୍ତୁ ଯେଉଁ ସର୍ତ୍ତସବୁ ଏଥିପାଇଁ ଲଗାଯାଇଛି ତାହା ଗ୍ରହଣୀୟ ନୁହେଁ। ଏହି ୫ ପ୍ରତିଶତଧାର୍ଯ୍ୟ ଋଣ ସୀମାରୁ ଚଳିତ ବର୍ଷ ରାଜ୍ୟମାନେ ୩ ପ୍ରତିଶତ ଉଧାର ଯାହାର ମୂଲ୍ୟ ଅତି ବେଶୀରେ ୬.୪୧ ଲକ୍ଷ କୋଟି ଟଙ୍କା ତାହାକୁ ଋଣ ଉଠାଇପାରିବେ।
ପୂର୍ବରୁ ଧାର୍ଯ୍ୟ ଆର୍ଥିକ ସଂସ୍କାର ନୀତିରେ ଏହା ଉଲ୍ଲେଖ ରହିଛି। କିନ୍ତୁ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ଅତିରିକ୍ତ ୨ ପ୍ରତିଶତ ଉଧାର (ଯାହାର ସମୁଦାୟ ମୂଲ୍ୟ ୪.୨୮ ଲକ୍ଷ କୋଟି ଟଙ୍କା ହେବ) କେବଳ ରାଜ୍ୟଗୁଡ଼ିକ ଯଦି ଧାର୍ଯ୍ୟ କ୍ଷେତ୍ର ଗୁଡ଼ିକରେ ଅର୍ଥନୀତିକ ସଂସ୍କାର ଆଣିବା ଲାଗି ଖର୍ଚ କରିବେ ତେବେ ଉଠାଣ କରିପାରିବେ। ଏଥିଲାଗି ରାଜ୍ୟଗୁଡ଼ିକୁ ଅନେକ ମାଇଲ୍ଷ୍ଟୋନ ହାସଲ କରିବାକୁ ପଡ଼ିବ। ଏକ ଦେଶ ଏକ ରାସନ୍ କାର୍ଡ, ବିଜୁଳି ସଂସ୍କାର ପ୍ରଭୃତି କ୍ଷେତ୍ର ଭଳି ୪ଟି ଭିନ୍ନ ଭିନ୍ନ କ୍ଷେତ୍ର ଏଥିଲାଗି ଧାର୍ଯ୍ୟ କରାଯାଇଛି। ଏହି ୪ କ୍ଷେତ୍ରରୁ ୩ଟିରେ ଧାର୍ଯ୍ୟ ମାଇଷ୍ଟୋନ୍କୁ ଅତିକ୍ରମ କରିବା ତଥା ସଂସ୍କାର ଆଣିବା ଲାଗି ଏହି ଅତିରିକ୍ତ ଋଣ ଖର୍ଚ କରାଯାଇପାରିବ।
ଏହା ହେଲେ ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ସମ୍ପୂଣ୍ଣ ୫ ପ୍ରତିଶତ ଋଣ ଉଠାଣର ସୁଯୋଗ ମିଳିବ। ଜୁଲାଇ ୧, ୨୦୧୭ରେ ପ୍ରଧାନମନ୍ତ୍ରୀ ଜିଏସ୍ଟି ପ୍ରଚଳନ ବାବଦରେ ମନ୍ତବ୍ୟ ରଖି କହିଥିଲେ ଯେ, ‘ରାଜ୍ୟ ଓ କେନ୍ଦ୍ର ଭିତରେ ଥିବା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ତଥା ଏକ ଭାରତ ମତବାଦକୁ ସ୍ଥାପନ କରିବା ଦିଗରେ ଜିଏସ୍ଟି ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ। ଯେଉଁ ସାମ୍ବିଧାନିକ ମାଳାରେ ଆମେ ଗୁନ୍ଥା ହୋଇଛୁ ସେଥିରେ ମୁକ୍ତା ସଦୃଶ ଜିଏସ୍ଟି ଚକ୍ଚକ୍ କରିବ’। ଜିଏସ୍ଟି ପ୍ରଚଳନ ଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ଦ୍ଵାରା ପ୍ରଚଳିତ ଅନ୍ୟ କରଗୁଡ଼ିକୁ ଉଚ୍ଛେଦ କରାଯାଇଥିଲା। କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଆମେ ଜିଏସ୍ଟି ବାବଦ ଲାଭ କ୍ଷତିକୁ ହିସାବ କଲେ ଆମେ ଜାଣିବା ଯେ, 2015-16 ଆର୍ଥିକ ବର୍ଷରେ ରାଜ୍ୟଗୁଡ଼ିକର ନିଜସ୍ଵ ଆୟ ୫୫ ପ୍ରତିଶତ ଥିବା ବଳେ ୨୦୨୦-୨୧ ଆର୍ଥିକ ବର୍ଷରେ ତାହା ୫୦ ପ୍ରତିଶତକୁ ଖସି ଆସିଛି। ଯଦିଓ ରାଜ୍ୟଗୁଡ଼ିକ ଏବେ କେନ୍ଦ୍ର ଅପେକ୍ଷା ଅଧିକା ଦେଢ଼ଗୁଣା ଖର୍ଚ କରୁଛନ୍ତି କିନ୍ତୁ ଜିଏସ୍ଟି ହେତୁ କେନ୍ଦ୍ର ଉପରେ ରାଜ୍ୟଗୁଡ଼ିକର କେନ୍ଦ୍ର ଉପରେ ରାଜସ୍ଵ ଲାଗି ନିର୍ଭରଶୀଳତା ବଢ଼ିଛି। ଏ ବାବଦରେ ଅନେକ ସମୀକ୍ଷା ଓ ଆଲୋଚନା ହୋଇଛି। ଯେଉଁଥିରୁ ସ୍ପଷ୍ଟ ଯେ, ୨୦୧୫ ଏବଂ ୨୦୨୦ ଭିତରେ ପ୍ରାୟ ୬.୮୪ ଲକ୍ଷ କୋଟି ଟଙ୍କାର ଆର୍ଥିକ ନିଅଣ୍ଟ ହୋଇଛି। ଚତୁର୍ଦଶ ଅର୍ଥ କମିଶନଙ୍କ ଆକଳନ ଠାରୁ ଏହା ଯଥେଷ୍ଟ ଅଧିକ।
ଯେହେତୁ ଏହି କୋରୋନା ମହାମାରୀ ରାଜ୍ୟଗୁଡ଼ିକର ଅର୍ଥନୀତିକ ମେରୁଦଣ୍ଡକୁ ଭାଙ୍ଗିଦେଇଛି, ରାଜ୍ୟସରକାରମାନେ ରିଜର୍ଭ ବ୍ୟାଙ୍କକୁ ଆର୍ଥିକ ସହାୟତା ଉପରେ ସୁଧ ହାର କମାଇବା ପାଇଁ ଅନୁରୋଧ କରିଥିଲେ। ଏପରିକି ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଅର୍ଥ ଅନୁଷ୍ଠାନଗୁଡ଼ିକରୁ ରାଜ୍ୟ ସରକାର ନେଉଥିବା ଋଣ ଉପରେ ସୁଧ ଛାଡ଼ ପାଇଁ ରାଜ୍ୟମାନେ ପ୍ରସ୍ତାବ ରଖିଥିଲେ। ୨୦୧୮-୧୯ ଆର୍ଥିକ ବର୍ଷର ପ୍ରଥମ କ୍ଵାର୍ଟରରେ କେନ୍ଦ୍ରର ମୋଟ୍ ରାଜସ୍ଵ ଆୟ ୧.୨୭ ଲକ୍ଷ କୋଟି ଟଙ୍କା ଥିଲା। କେରଳ ଆଗକୁ ଆସୁଥିବା ଆର୍ଥିକ ବିପତ୍ତିକୁ ଲକ୍ଷ୍ୟ କରି ୧୫ ବର୍ଷୀୟ ବଣ୍ଡକୁ ୮.୯୬ ପ୍ରତିଶତରେ ବିକ୍ରି କରିଥିଲା। ଏ ଭିତରେ ଅର୍ଥନୀତିକ ବିଶେଷଜ୍ଞମାନେ କେନ୍ଦ୍ରକୁ ଆର୍ଥିକ ନୀତିରେ ପରିବର୍ତ୍ତନ, ଅଧିକ ଟଙ୍କା ଛାପିବା ଏବଂ ରାଜ୍ୟଗୁଡ଼ିକର ପ୍ରତ୍ୟକ୍ଷ ଋଣ ଉଠାଣ ସମ୍ପର୍କରେ ସରକାର ଦୃଷ୍ଟିଦେଇ ନାହାନ୍ତି। ଆର୍ଥିକ ସଂସ୍କାର ବାବଦରେ ତର୍ଜମା କରିଥିବା ଏନ୍କେ ସିଂହ କମିଶନ ଏଫ୍ଆର୍ବିଏମ୍ ଆଇନର ସମ୍ପୃକ୍ତ ନିୟମ ବାବଦରେ ସମୀକ୍ଷା କରି କହିଛନ୍ତି ଯେ, ଯେତେବେଳେ ଦେଶ ଯୁଦ୍ଧ ଭଳି ପରିସ୍ଥିତିଳ ପ୍ରାକୃତିକ ବିପତ୍ତି ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଅନୁଭବ କରୁଛି ସେତେବେଳେ ଆଇନର ଏହି ବ୍ୟବସ୍ଥାକୁ ସ୍ଥଗିତ ରଖିପାରିବେ। କିନ୍ତୁ କେନ୍ଦ୍ର ସେଥିପ୍ରତି ଧ୍ୟାନ ନଦେଇ ‘ଆତ୍ମ ନିର୍ଭର ଭାରତ’ ମନ୍ତ୍ର ଜପ କରୁଛି। ଏଣୁ ରାଜ୍ୟଗୁଡ଼ିକର ଦୁଃଖ ବୁଝିବ କେିମତି?