ନୂଆଦିଲ୍ଲୀ: ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରଣାଳୟ । ଏନେଇ ବୁଧବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଏ ।
ବାଙ୍ଗାଲୋରରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବାବଦରେ ସାଂସଦ ରାଜୀବ ଚନ୍ଦ୍ରଶେଖର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ସେ ଏମିତି କହିଛନ୍ତି । ଭିସା ନେଇ ଏମାନେ ଦେଶକୁ ଆସୁଥିବାବେଳେ ଭିସା ସରିବା ପରେ ବି ରହିଯାଉଛନ୍ତି । ଖାଲି ବାଂଲାଦେଶୀ ନୁହଁନ୍ତି ଅନ୍ୟ ଦେଶର ଲୋକେ ବି ଭାରତରେ ଏପରି ରହୁଛନ୍ତି ।
ତେଣୁ ଗୃହ ମନ୍ତ୍ରଣାଳୟ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିପ୍ରତି ଧ୍ୟାନ ଦେବାକୁ କହିଛି । ଏହାସହ ଏମାନଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିବା ସେ କହିଛନ୍ତି ।