ETV Bharat / bharat

ପୁଣି ରଜୌରିରେ ପାକ୍‌ର ଅସ୍ତ୍ରବିରତି ଉଲଙ୍ଘନ

author img

By

Published : Aug 18, 2019, 9:31 PM IST

ରଜୌରି ଜିଲ୍ଲାର ସୁନ୍ଦରବନି ଏବଂ ନୌସେରା ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଗୁଳିମାଡ କରିଛି ପାକ ସେନା ।

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ଧାରା 370 ଉଚ୍ଛେଦ ପରଠାରୁ ଘାଟିରେ ଅଶାନ୍ତି ସୃଷ୍ଟି କରୁଛି ପାକିସ୍ତାନ । ନିୟନ୍ତ୍ରଣ ରେଖାରେ ଲଗାତାର ଅସ୍ତ୍ରବିରତି ଉଲଙ୍ଘନ କରି ଭାରତୀୟ ସେନାର ଶିବିର ଗୁଡିକୁ ଟାର୍ଗେଟ କରୁଛି । ଆଜି(ରବିବାର)ମଧ୍ୟ ରଜୌରି ଜିଲ୍ଲାର ସୁନ୍ଦରବନି ଏବଂ ନୌସେରା ସେକ୍ଟରରେ ପାକ୍‌ ସେନା ଅସ୍ତ୍ରବିରତି ଉଲଙ୍ଘନ କରିଛନ୍ତି । ଭାରତୀୟ ସେନାର ଶିବିରକୁ ଟାର୍ଗେଟ କରି ଗୁଳିମାଡ କରିଛନ୍ତି ପାକ୍‌ ସେନା । ତେବେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଛି ।

କାଶ୍ମୀର ଘାଟିରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ କରିବାରେ ସାହାଯ୍ୟ କରୁଛି ପାକିସ୍ତାନ । ତେଣୁ ଲଗାତାର ନିୟନ୍ତ୍ରଣ ରେଖାରେ ଗୁଳିମାଡ ଜାରି ରଖିଛନ୍ତି ପାକ୍‌ ସେନା । ସୂଚନାଯୋଗ୍ୟ ଯେ, ଶନିବାର ଜମ୍ମୁ କଶ୍ମୀର ରଜୌରୀ ଜିଲ୍ଲାର ନୌଶେରା ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା । ଏଥିରେ ଭାରତୀୟ ସେନାର ଜଣେ ଯବାନ ଶହୀଦ ହୋଇଥିଲେ ।

Intro:Body:

dh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.