ETV Bharat / bharat

ଦିଲ୍ଲୀର ସମସ୍ତ କୋଭିଡ ହସପିଟାଲ ଓ୍ବାର୍ଡରେ ଲାଗିବ ସିସିଟିଭି - ଦିଲ୍ଲୀର ସମସ୍ତ କୋଭିଡ ହସପିଟାଲ ଓ୍ବାର୍ଡରେ ଲାଗିବ ସିସିଟିଭି

ଦିଲ୍ଲୀର ସମସ୍ତ କୋଭିଡ ହସପିଟାଲ ଓ୍ବାର୍ଡରେ ଲାଗିବ ସିସିଟିଭି । ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ.....

CCTV will be installed in all Covid Hospital wards in Delhi
ଦିଲ୍ଲୀର ସମସ୍ତ କୋଭିଡ ହସପିଟାଲ ଓ୍ବାର୍ଡରେ ଲାଗିବ ସିସିଟିଭି
author img

By

Published : Jun 27, 2020, 9:51 AM IST

ନୂଆଦିଲ୍ଲୀ : ଦେଶରେ କାୟା ବିସ୍ତାର କରିଛି କୋରୋନା । କୋରୋନ ସଂକ୍ରମଣ ବଢୁଥିବାରୁ ଦିନକୁ ଦିନ ନୂଆ ନୂଆ ପଜେଟିଭ ଚିହ୍ନଟ ହେଉଛନ୍ତି । ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତରେ ପଜେଟିଭଙ୍କ ସଂଖ୍ୟା 490401 ରହିଥିବାବେଳେ ମୃତକଙ୍କ ସଂଖ୍ୟା 15301 ରହିଛି । ହେଲେ ରୋକ ଲାଗି ପାରୁନି ଏହି କିଲର ଭାଇରସ ଉପରେ। ଫଳରେ ଦେଶର ବିଭିନ୍ନ ରାଜ୍ୟରେ କୋଭିଡ ହସପିଟାଲ ଖୋଲାଯାଇଛି ।

ଦିଲ୍ଲୀର କୋଭିଡ ହସପିଟାଲ ଗୁଡିକର ସମସ୍ତ ଓ୍ବାର୍ଡରେ ସିସିଟିଭି ଲଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଦିଲ୍ଲୀ ସରକାର ରାଜ୍ୟର କୋଭିଡ ହସପିଟାଲର ସମସ୍ତ ଓ୍ବାର୍ଡରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ କୋରୋନା ପଜେଟିଭଙ୍କ ସଂଖ୍ୟା 73780 ରହିଥିବାବେଳେ ମୃତକଙ୍କ ସଂଖ୍ୟା 2429 ରହିଛି ।

ସୌଜନ୍ୟ @ ANI

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.