ETV Bharat / bharat

ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ, ଭିଡ଼ିଓ ଭାଇରାଲ

author img

By

Published : Aug 12, 2019, 5:50 PM IST

ବୃଦ୍ଧ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ଘର ଆଗରେ ବସିଥିବା ଜଣେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ । ସେପଟେ ବୃଦ୍ଧଙ୍କ ପତ୍ନୀ ଦୁର୍ବୃତ୍ତଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ । ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଏବେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଚେନ୍ନାଇ: ତାମିଲନାଡ଼ୁର କଲ୍ୟାଣୀପୁରମରେ ରହୁଥିବା ଜଣେ ଚାଷୀଙ୍କୁ ମରଣାନ୍ତକ ଆକ୍ରମଣ । ତେବେ ଦୁର୍ବୃତ୍ତଙ୍କ କବଳରୁ ଉକ୍ତ ଚାଷୀ ଜଣକ ରକ୍ଷା ପାଇଯାଇଥିଲେ ହେଁ ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଉକ୍ତ ଭିଡ଼ିଓଟି ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।

ଆକ୍ରମଣ ବେଳର ଦୃଶ୍ୟ

ମିଳିଥିବା ସୂଚନା ମୁତାବକ ଉକ୍ତ ଘଟଣାଟି ରବିବାର ବିଳମ୍ବିତ ସଂଧ୍ୟାର । କଲ୍ୟାଣୀପୁରର ଚାଷୀ ସାନମୁଗଭେଲ ନିଜ ଘର ବାହାରେ ବସିଥିଲେ । ଏହି ସମୟରେ ଦୁଇ ଜଣ ମୁଖାପିନ୍ଧା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସାନମୁଗଭେଲଙ୍କ ବେକରେ ଗାମୁଛା ପକାଇ ହତ୍ୟା ଉଦ୍ୟମ କରିଥିଲା । ସେପଟେ ଅନ୍ୟ ଜଣେ ମୁଖାପିନ୍ଧା ବ୍ୟକ୍ତି ସାନମୁଗଭେଲଙ୍କୁ ଏକ ହତିଆର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହି ସମୟରେ ସାନମୁଗଭେଲଙ୍କ ପତ୍ନୀ ଘରୁ ବାହାରି ଆସି ଉକ୍ତ ମୁଖାପିନ୍ଧା ଦୁଇ ଦୁର୍ବୃତ୍ତଙ୍କୁ ରକ୍ଷା ପାଇବା ପାଇଁ ଆକ୍ରମଣ କରିଥିଲେ । ଉଭୟ ସ୍ବାମୀ ଓ ସ୍ତ୍ରୀ ଉକ୍ତ ଦୁଇ ଦୁର୍ବୃତ୍ତଙ୍କୁ ସେଠାରୁ ଘଉଡ଼ାଇବାରେ ସମର୍ଥ ହୋଇଥିଲେ ।

ତେବେ ଉକ୍ତ ଦୁଇ ମୁଖା ପିନ୍ଧା ଦୁର୍ବୃତ୍ତ ସାନମୁଗଭେଲଙ୍କ ଠାରୁ 4 ପାଉଣ୍ଡର ସୁନା ଚେନ ଲୁଟି ନେଇଥିବା ଜଣାପଡ଼ିଛି । ଏନେଇ ସାନମୁଗଭେଲ ଥାନାରେ ଅଭିଯୋଗ କରିବା ସହିତ ପୋଲିସ ଘଟଣାର ଅନୁଧ୍ୟାନ କରୁଥିବା ଜଣାପଡ଼ିଛି ।

Intro:Body:

prabhu

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.