ETV Bharat / bharat

ଆସୁଛନ୍ତି ଟ୍ରମ୍ପ, ଆଗ୍ରାରେ ଲାଗିଲା 30ରୁ ଊର୍ଦ୍ଧ୍ବ ସିସିଟିଭି କ୍ୟାମେରା

author img

By

Published : Feb 23, 2020, 5:46 PM IST

ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଯାହାକୁ ନେଇ ଆଗ୍ରାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହ ସିସିଟିଭିର ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

_trump visit
ଆସୁଛନ୍ତି ଟ୍ରମ୍ପ

ଲକ୍ଷ୍ନୌ: ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ପ୍ରସ୍ତୁତି ଜୋରସୋରରେ ଚାଲିଥିବା ବେଳେ ପ୍ରଥମ ଦିନରେ ଟ୍ରମ୍ପ ଅହମ୍ମଦାବାଦ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଆଗ୍ରାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯିବା ସହ ସିସିଟିଭିର ନିୟନ୍ତ୍ରଣ ପାଇଁ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

ଟ୍ରମ୍ପଙ୍କ ଗସ୍ତକୁ ନେଇ ଖେରିଆ ଏୟାରପୋର୍ଟରୁ ତାଜମହଲ ପର୍ଯ୍ୟନ୍ତ ପାଖାପାଖି 30 ଟି କ୍ୟାମେରା ମୋଟ 18 ଟି ସ୍ଥାନରେ ଲଗାଯାଇଛି । ଯାହା ସିସିଟିଭି କ୍ୟାମେରା ସାହାଯ୍ୟରେ ନିରିକ୍ଷଣ କରାଯିବା ନେଇ ବରିଷ୍ଠ ପୋଲିସ ଅଧିକାରୀ ବି କୁମାର କହିଛନ୍ତି ।

ଭାରତୀୟ ପ୍ରତ୍ନତତ୍ବ ସର୍ବେକ୍ଷଣ ଅନୁଯାୟୀ, ସୋମବାର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ତାଜମହଲ ଅପରାହ୍ନ 12ଟା ପରେ ବନ୍ଦ ରହିବ । ତେବେ ଟ୍ରମ୍ପଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.