ETV Bharat / bharat

ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ରଖିବାକୁ ସିବିଏସଇ ଲଞ୍ଚ କଲା ରାପ୍‌ ସଙ୍ଗ

author img

By

Published : Mar 6, 2020, 8:45 AM IST

ପରୀକ୍ଷାକୁ ନେଇ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ବ୍ୟତିବ୍ୟସ୍ତ ହୋଇପଡନ୍ତି । ଏପରିକି ମନରେ ଭୟ ସଂଚାର ହେବା ସହ ଚିନ୍ତାଗ୍ରସ୍ତ ହୋଇପଡନ୍ତି। ଫଳରେ ଏଭଳି ସ୍ଥିତିରେ ଆଜିକାଲି ପିଲାଙ୍କୁ ତାଙ୍କରି ଭାଷା ତାଙ୍କୁ ବୁଝେଇବାକୁ ଏକ ରାପ୍‌ ସଙ୍ଗ ଲଞ୍ଚ କରିଛି ସିବିଏସଇ । ଅଧିକ ପଢନ୍ତୁ...

Cbse luch a rap song
ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ରଖିବାକୁ ସିବିଏସଇର ରାପ ସଙ୍ଗ

ନୂଆଦିଲ୍ଲୀ: ଦଶମ ଓ ଦ୍ବାଦଶ ପାଇଁ ପରୀକ୍ଷା ଦେଉଛନ୍ତି ସିବିଆଇ ଛାତ୍ରଛାତ୍ରୀ। ସେପଟେ ପିଲାଙ୍କ ମୁଣ୍ଡରୁ ପରୀକ୍ଷା ବୋଝ ହଟାଇବା ପାଇଁ ଉଦ୍ୟମ କରୁଛି ସିବିଏସଇ । ପରୀକ୍ଷାର୍ଥୀଙ୍କୁ ଚାପମୁକ୍ତ ରଖିବା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ) ପୁଣି ଏକ ପଦକ୍ଷେପ ଆପଣେଇଛି । ପ୍ରଥମେ ଟେଲି କାଉନସିଲିଂ, ପରେ ମିମ୍ସ ଆଉ ଏବେ ରାପ୍‌ ସଙ୍ଗ । ଏହା ଦ୍ବାରା ସିବିଏସଇ ଛାତ୍ରଛତ୍ରୀଙ୍କ ମନରୁ ପରୀକ୍ଷା ଭୟ ଓ ଚାପକୁ ହ୍ରାସ କରିବାକୁ ଚେଷ୍ଟା କରୁଛି ।

ପରୀକ୍ଷାକୁ ନେଇ ବିଭିନ୍ନ ସମୟରେ ଛାତ୍ରଛାତ୍ରୀ ବ୍ୟତିବ୍ୟସ୍ତ ହୋଇପଡନ୍ତି । ଏପରିକି ମନରେ ଭୟ ସଂଚାର ହେବା ସହ ଚିନ୍ତାଗ୍ରସ୍ତ ହୋଇପଡନ୍ତି। ଫଳରେ ଏଭଳି ସ୍ଥିତିରେ ଆଜିକାଲି ପିଲାଙ୍କୁ ତାଙ୍କରି ଭାଷା ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଛି ସିବିଏସଇ । ଏହି ସଙ୍ଗୀତର ଶୀର୍ଷକ ରହିଛି ‘ପଢ’ । ପିଲାଙ୍କୁ କଠିନ ପରିଶ୍ରମ କରିବା ସହ ଚାପମୁକ୍ତ ରହିବାକୁ ପରାମର୍ଶ ଦେବା ହିଁ ଏହି ଗୀତର ମୁଖ୍ୟ ଆଧାର । ପିଲାମାନେ କିଭଳି ଚାପଗ୍ରସ୍ତ ନ ହୋଇ ଭଲରେ ପରୀକ୍ଷା ଦେବେ । ଏବଂ ଭଲ ରେଜଲ୍ଟ କରିବେ ସେନେଇ ଉଦ୍ୟମ ଜାରି ରଖିବା ସିବିଏସଇ ହେଉଛି ଦେଶର ପ୍ରଥମ ବୋର୍ଡ ।

ପରୀକ୍ଷାର ଦିନ ଯେତିକି ପାଖେଇ ଆସେ ପିଲାମାନଙ୍କରେ ଏକ ଭୟ ସଂଚାର ହୋଇଉଠେ । ନିଜର ଦୈନିକ କାର୍ଯ୍ୟକଳାପକୁ ଛାଡି ପଠାପଢିରେ ମଜ୍ଜି ଯାଆନ୍ତି । ଏପରି ମାର୍କ କମ ଆସିବା ନେଇ ଚିନ୍ତାରେ ଚିନ୍ତାଗ୍ରସ୍ତ ହୋଇପଡନ୍ତି । ଏଭଳି ସ୍ଥିତିରେ ସିବିଏସଇ ପରୀକ୍ଷାର୍ଥୀ ମନବଳ ବଢାଇବା ସହ ଉତ୍ସାହିତ କରିବାକୁ ଏକ ରାପ ଗୀତ ବନାଇଛି ।

ଏହି ରାପ୍‌ ସଙ୍ଗକୁ ୟୁ-ଟ୍ୟୁବ ଚ୍ୟାନେଲରେ ଲଞ୍ଚ କରାଯାଇଛି । ଯାହାକୁ ଶିକ୍ଷା ବାଣୀ ଆପରେ ଶୁଣିପାରିବେ । ଏହା ବ୍ୟତୀତ ଅନ୍ୟ ସୋସିଆଲ ପ୍ଲାଟଫର୍ମରେ ମଧ୍ୟ ଏହାକୁ ଛଡାଯାଇଛି । ଫେସବୁକ, ଇଷ୍ଟାଗ୍ରାମ ଓ ଟ୍ବିଟରରେ ସେୟାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.