ETV Bharat / bharat

ସିବିଏସ୍ଇ ଅଧ୍ୟକ୍ଷା ଅନୀତା କରୱାଲଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ପଦ

author img

By

Published : Apr 26, 2020, 8:36 PM IST

ସିବିଏସ୍‌ଇ ଅଧ୍ୟକ୍ଷା ଅନୀତା କରୱାଲ ରବିବାର , ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ନିଯୁକ୍ତି କମିଟି ଅନୀତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ଅଧିକ ପଢନ୍ତୁ...

ସିବିଏସ୍ଇ ଅଧ୍ୟକ୍ଷା
ସିବିଏସ୍ଇ ଅଧ୍ୟକ୍ଷା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଅଧ୍ୟକ୍ଷା ଅନୀତା କରୱାଲ ରବିବାର , ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ନିଯୁକ୍ତି କମିଟି ଅନୀତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଧ୍ୟକ୍ଷ,ଅନୀତା କରୱାଲ ବର୍ତ୍ତମାନ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଦାୟିତ୍ବ ସମ୍ଭାଳିବେ । ସେ ଗୁଜୁରାଟ କ୍ୟାଡରର 1988-ବ୍ୟାଚ୍ ଆଇଏଏସ ଅଧିକାରୀ |

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ର ଚେୟାରମ୍ୟାନ୍ ଭାବରେ ଦୁଇ ବର୍ଷ ରହିବା ପରେ କରୱାଲ ମନ୍ତ୍ରଣାଳୟରେ ଏହାର ସଚିବ ଭାବରେ ଯୋଗଦେବେ । ଅଗଷ୍ଟ, 2017 ରେ ଅନୀତା କରୱାଲ ସିବିଏସଇର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ ହୋଇଥିଲେ, ଯାହା ଦେଶର ସବୁଠୁ ବଡ ସ୍କୁଲ ଶିକ୍ଷା ବୋର୍ଡ ମଧ୍ୟରୁ ଅନ୍ୟତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.