ନୂଆଦିଲ୍ଲୀ: ସିବିଏସଇ ଦଶମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ପାଇଁ ନିର୍ଦ୍ଧାରଣ ହୋଇଛି ସମୟ । 2020 ଫେବୃଆରୀ 15 ତାରିଖରୁ ଆରମ୍ଭ ହେବ ପରୀକ୍ଷା । ମାର୍ଚ୍ଚ 20 ତାରିଖ ପର୍ଯ୍ୟନ୍ତ ଦଶମ ଶ୍ରେଣୀର ପରୀକ୍ଷା ଚାଲିବ । ସେହିପରି ମାର୍ଚ୍ଚ 30 ତାରିଖରେ ସରିବ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା । ଅନଲାଇନରେ ପରୀକ୍ଷା ତାରିଖ ଏବଂ ସିଡ୍ୟୁଲ ଜାରି କରାଯାଇଛି । କେଉଁ ତାରିଖରେ କେଉଁ ବିଷୟ ରହିଛି, ତାହା ମଧ୍ୟ ଅନଲାଇନରେ ଉପଲବ୍ଧ କରାଯାଇଛି ।
ସିବିଏସଇର ଅଫିସିଆଲ ୱେବସାଇଟ cbse.nic.inରେ ସମସ୍ତ ତଥ୍ୟ ଉପଲବ୍ଧ ରହିଛି । ସିବିଏସଇ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଫେବୃଆରୀ 15 ରୁ ଆରମ୍ଭ ହୋଇ ମାର୍ଚ୍ଚ 30ରେ ସରିବ । ବୋର୍ଡ ଦ୍ବାରା ଜାରି ନିର୍ଦ୍ଦେଶ ଅନୁସାରେ ପରୀକ୍ଷା ଫଳାଫଳ ମେ ରେ ଆସିବ । ବୋର୍ଡ ପରୀକ୍ଷା ପାଇଁ ରୋଲ ନମ୍ବର ଏବଂ ଆଡମିଡ କାର୍ଡ ନିଜ ନିଜ ସ୍କୁଲକୁ ଯାଇ ଆଣିପାରିବେ ।