ଶାରଦା ଚିଟ ଫଣ୍ଡ ମାମଲାରେ ପୋଲିସ କମିଶନର ରାଜୀବ କୁମାରଙ୍କ ସମ୍ପୃକ୍ତି ନେଇ ଦାବି କରୁଛି ସିବିଆଇ । ଆଉ ଏହି ମାମଲାରେ ରାଜୀବଙ୍କ ଘରେ ଚଢଉ ପାଇଁ ପହଞ୍ଚିଥିଲା ସିବିଆଇ । କିନ୍ତୁ ଛାନବିନ ତ ଦୂରର କଥା ସିବିଆଇ ଅଧିକାରୀଙ୍କୁ ଗିରଫ କରିଥିଲା ରାଜ୍ୟ ପୋଲିସ । ଚଢଉ ପାଇଁ ଆସିଥିବା ସିବିଆଇ ଅଧିକାରୀଙ୍କ ସହ ପୋଲିସର ବଚସା ସହ ହୋଇଥିଲା ଧସ୍ତାଧସ୍ତି । ଏହି ଘଟଣାକୁ ମୋଦି ସରକାରଙ୍କ ବିରୁଦ୍ଧରେ ଧାରଣା ଦେଇଛନ୍ତି ମମତା ସରକାର ।
କିନ୍ତୁ ପୋଲିସ କମିଶନର ରାଜୀବ କୁମାରଙ୍କ ବିରୁଦ୍ଧରେ ପ୍ରମାଣ ମିଳିଲେ ସେ ପଶ୍ଚାତାପ କରିବେ ବୋଲି ଗତକାଲି ଚେତାବନୀ ଦେଇଥିଲେ ସୁପ୍ରିମକୋର୍ଟ । ତାଙ୍କ ବିରୁଦ୍ଧରେ କୋର୍ଟରେ ପ୍ରମାଣ ଦେବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେହିପରି ସିବିଆଇ ଅଧିକାରୀଙ୍କୁ ଦୁର୍ବ୍ୟବହାର ହୋଇଥିବା ପ୍ରମାଣ ମିଳିଲେ ରାଜୀବଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାଇ ଦେଇଛନ୍ତି କୋର୍ଟ ।