କୋଲକାତା: ଶାରଦା ଚିଟଫଣ୍ଡ ମାମଲାରେ ସିବିଆଇକୁ କୋଲକାତାର ପୂର୍ବତନ କମିଶନର ରାଜୀବ କୁମାରଙ୍କ ଠିକଣା ମିଳି ସାରିଛି । ସିବିଆଇର ଏକ ଟିମକୁ କୋଲକାତାର ସିଜିଓ କମ୍ପେଲେକ୍ସରୁ ଠିକଣା ସ୍ଥାନକୁ ପଠାଇ ଦିଆଯାଇଛି ।
ସିବିଆଇର ଗୋଟିଏ ଟିମ ରାଜୀବଙ୍କୁ ଗିରଫ କରିବାକୁ ଠିକଣା ସ୍ଥଳକୁ ବାହାରି ସାରିଥିବାବେଳେ ଆଉ ଏକ ଟିମ ରାଜୀବଙ୍କ କୋଲକାତାସ୍ଥିତ 34 ପାର୍କ ଷ୍ଟ୍ରିଟ ଘରେ ନିୟୋଜିତ ହୋଇଛନ୍ତି । ରାଜୀବ କୁମାରଙ୍କୁ କୌଣସି ବି ମୁହୂର୍ତ୍ତରେ ଗିରଫ କରାଯାଇପାରେ । କୁମାରଙ୍କ ସହ ଜଡିତ 5ଟି ଠିକଣା ଉପରେ ସିବିଆଇ ଚଢାଉ କରୁଛି ।