ନୂଆଦିଲ୍ଲୀ: ଓଡିଶା କ୍ୟାଡର IPS ଅମ୍ରିତ ମୋହନ ପ୍ରସାଦଙ୍କୁ ନୂଆ ନିଯୁକ୍ତି ଦେଲେ କେନ୍ଦ୍ର ସରକାର । 2015 ରୁ କେନ୍ଦ୍ରୀୟ ଡେପୁଟେସନରେ ଥିବା IPS ଅମ୍ରିତ ସିବିଆଇର ଯୁଗ୍ମ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ବର୍ତ୍ତମାନ ଅମ୍ରିତଙ୍କୁ ITBP ଏଡିଜି ଭାବେ ନିଯୁକ୍ତି ଦିଆଯାଇଛି । ଦାୟିତ୍ବ ନେବା ଦିନ ଠାରୁ ମେ 2022 ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ବିଜ୍ଞପତି ପ୍ରକାଶ ପାଇଛି ।
1989 ବ୍ୟାଚ ଓଡିଶା କ୍ୟାଡର IPS ଅଫିସର ଅମ୍ରିତ ପୂର୍ବରୁ ଓଡିଶା ପୋଲିସର PSCB ଚ୍ୟାରମେନ ଭିଜିଲାନ୍ସ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପଦରେ କାର୍ଯ୍ୟ କରିଛନ୍ତି । ଗତବର୍ଷ ବହୁ ଚର୍ଚ୍ଚିତ INX ମିଡିଆ ଦୁର୍ନିତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରିବାରେ ମୁଖ୍ୟ ଭୂମିକା ତୁଳାଇ ଥିଲେ ଅମ୍ରିତ ।

ସେହିପରି 1998 ବ୍ୟାଚ ଓଡିଶା କ୍ୟାଡର IPS ଦୟାଲ ଗଙ୍ଗୱାରଙ୍କୁ ମଧ୍ୟ ନୂତନ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ବର୍ତ୍ତମାନ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF ) ର DIG ଥିବା ଗଙ୍ଗୱାର CISF ର IG ଭାବେ କାର୍ଯ୍ୟ କରିବେ । ପୂର୍ବରୁ ମୟୁରଭଞ୍ଜ ସମେତ ବିଭିନ୍ନ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଭାବେ କାର୍ଯ୍ୟ କରିଥିବା ଗଙ୍ଗୱାର ଜଣେ ଦକ୍ଷ IPS ଅଫିସର ଭାବେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି ।

ଅନ୍ୟପଟେ ଓ ବର୍ତ୍ତମାନ ଭିଜିଲାନ୍ସ IG ଥିବା ପିଏସ ରାନପିସେଙ୍କୁ CRPF IG ଭାବେ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିଯୁକ୍ତି ଦେଇଛି । ଏହାସହ ତୁରନ୍ତ ତାଙ୍କୁ ଦାୟିତ୍ବରୁ ରିଲିଭ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଠଛନ୍ତି ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ