ETV Bharat / bharat

ସେପ୍ଟେମ୍ବର 2 ପର୍ଯ୍ୟନ୍ତ ସିବିଆଇ ହେପାଜତରେ ଚିଦାମ୍ବରମ - p chidambaram

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ ଅଦାଲତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ସିବିଆଇ ରିମାଣ୍ଡ ଅବଧିକୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 30, 2019, 4:46 PM IST

ନୂଆଦିଲ୍ଲୀ: ପୁଣି ବଢିଲା ଚିଦାମ୍ବରମ୍‌ଙ୍କ ସିବିଆଇ ହେପାଜତ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କ ସିବିଆଇ ହେପାଜତର ଅବଧିକୁ ସେପ୍ଟେମ୍ବର 2 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ ଶୁକ୍ରବାର ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସିବିଆଇ ଚିଦାମ୍ବରମଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା । ଜେରା ସମୟରେ ଚିଦାମ୍ବରମ ସହଯୋଗ କରୁନାହାନ୍ତି ଏବଂ ଓଲଟା ପାଲଟା ଜବାବ ଦେଉଛନ୍ତି । ତାଙ୍କୁ ଆଉ କିଛି ଦିନ ହେପାଜତରେ ରଖିବାକୁ ସିବିଆଇ କୋର୍ଟରେ ଅନୁରୋଧ କରିଥିଲା । ଏହା ସହିତ ଚିଦାମ୍ବରମଙ୍କୁ ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ସହ ଆମ୍ନା ସାମ୍ନା କରିବାର ଆବଶ୍ୟକତା ରହିଛି ବୋଲି କୋର୍ଟରେ କହିଥିଲା ସିବିଆଇ ।

ସୂଚନାଯୋଗ୍ୟ, ଆଜି ଚିଦାମ୍ବରଙ୍କ ସିବିଆଇ ହେପାଜତର ଅବଧି ଶେଷ ହେଉଛି । ଏହା ପୂର୍ବରୁ ଅଗଷ୍ଟ 26 ରେ କୋର୍ଟ ତାଙ୍କ ହେପାଜତର ଅବଧିକୁ 4 ଦିନ ପାଇଁ ବୃଦ୍ଧି କରିଥିଲେ ।
ସେପଟେ ଚିଦାମ୍ବରମ ମଧ୍ୟ ନିଜେ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସିବିଆଇ ହେପାଜତରେ ରହିବାକୁ ଅନୁମତି ମାଗିଥିଲେ । ଜେଲ୍‌ ଯିବାରୁ ବର୍ତ୍ତିବା ପାଇଁ ସେ ଏଭଳି କରିଥିବା ଜଣା ପଡୁଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.