ETV Bharat / bharat

ବିଜେପି ପଞ୍ଚାୟତ ସଦସ୍ୟ ହତ୍ୟାକାଣ୍ଡ ଘଟଣା, କଂଗ୍ରେସ ନେତାଙ୍କ ସମ୍ପର୍କୀୟ ଗିରଫ - ଜିଲ୍ଲା ପଞ୍ଚାୟତର ପୂର୍ବତନ ସଦ୍ୟସ ୟଗୋଶଗୌଡା ଗୌଡ

ବିଜେପି ଜିଲ୍ଲା ପଞ୍ଚାୟତର ପୂର୍ବତନ ସଦସ୍ୟ ୟଗୋଶଗୌଡା ଗୌଡଙ୍କ ହତ୍ୟାକାଣ୍ଡରେ କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ସିବିଆଇ । ଅଧିକ ପଢନ୍ତୁ...

ବିଜେପି ପଞ୍ଚାୟତ ସଦ୍ୟସ ହତ୍ୟାକାଣ୍ଡ ଘଟଣା
ବିଜେପି ପଞ୍ଚାୟତ ସଦ୍ୟସ ହତ୍ୟାକାଣ୍ଡ ଘଟଣା
author img

By

Published : Dec 15, 2020, 11:53 AM IST

ବେଙ୍ଗାଲୁରୁ: ବିଜେପି ଜିଲ୍ଲା ପଞ୍ଚାୟତର ପୂର୍ବତନ ସଦ୍ୟସ ୟଗୋଶଗୌଡା ଗୌଡାରଙ୍କ ହତ୍ୟାକାଣ୍ଡରେ ପୋଲିସକୁ ସଫଳତା । ଘଟଣାରେ କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ବିନୟ କୁଲକର୍ଣ୍ଣିଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଛି ସିବିଆଇ ।

ସୂଚନାଅନୁସାରେ,ବିଜେପି ଜିଲ୍ଲା ପଞ୍ଚାୟତର ପୂର୍ବତନ ସଦ୍ୟସ ୟଗୋଶଗୌଡା ଗୌଡାରଙ୍କୁ ସମ୍ପତିକୁ ନେଇ ବିବାଦ କାରଣରୁ 15 ଜୁନ 2016ରେ ହତ୍ୟା କରାଯାଇଥିଲା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ପୋଲିସ 2016 ସେପ୍ଟେମ୍ବର 9 ତାରିଖରେ ହତ୍ୟା ଚାର୍ଜସିଟ ଦାଖଲ କରିଥିଲା । ଘଟଣାରେ ପୋଲିସ ପ୍ରଥମ ପର୍ଯ୍ୟାୟରେ ସାତଜଣଙ୍କୁ ଗିରଫ କରିଥିଲା ।

ପରେ ଘଟଣାରେ ବିଜେପି ପକ୍ଷରୁ ସିବିଆଇ ତଦନ୍ତ ପାଇଁ ଦାବି ହୋଇଥିଲା । ସିବିଆଇ ଘଟଣାର ତଦନ୍ତ ଆରମ୍ଭ କରି ଆଜି କଂଗ୍ରେସ ନେତା ତଥା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବିନୟ କୁଲକର୍ଣ୍ଣିଙ୍କ ସମ୍ପର୍କୀୟ ଚନ୍ଦ୍ରଶେଖର ଇନ୍ଦିଙ୍କୁ ତାଙ୍କ ବାସଭବନରୁ ଗିରଫ କରିଛି । ଭାଇଜପୁର ଜିଲ୍ଲାର ଭୀମା ଗ୍ୟାଙ୍ଗ"ଙ୍କ ସାହାଯ୍ୟରେ ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ବିଭାଗ ପକ୍ଷରୁ ଗଣମାଧ୍ୟମକୁ ସୂଚନା ମିଳିଛି । ସିବିଆଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.