ETV Bharat / bharat

ମନୀଷ ସିସୋଦିଆଙ୍କ ଓଏସଡିଙ୍କୁ ଲାଞ୍ଚ ନେବା ମାମଲାରେ ଗିରଫ କଲା ସିବିଆଇ

author img

By

Published : Feb 7, 2020, 10:30 AM IST

ସିବିଆଇ ଦୁଇ ଲକ୍ଷ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି । ଗୋପାଳ କୃଷ୍ଣ ମାଧବ ନାମକ ଏହି ଅଧିକାରୀଜଙ୍କୁ ଜିଏସଟି ସମ୍ବନ୍ଧୀୟ ମାମଲାରେ ଦୁଇ ଲକ୍ଷର ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି ସିିବିଆଇ । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ସିବିଆଇ ଦୁଇ ଲକ୍ଷ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଦିଲ୍ଲୀ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗିରଫ କରାଯାଇଛି । ଏହି ଅଧିକାରୀ ଜଣକ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଫିସର ଅନ୍‌ ସ୍ପେସିଆଲ ଡ୍ୟୁଟି(OSD) ବୋଲି ଜଣାପଡିଛି । ଗୋପାଳ କୃଷ୍ଣ ମାଧବ ନାମକ ଏହି ଅଧିକାରୀଜଙ୍କୁ ଜିଏସଟି ସମ୍ବନ୍ଧୀୟ ମାମଲାରେ ଦୁଇ ଲକ୍ଷର ଲାଞ୍ଚ ନେଉଥିବା ଅଭିଯୋଗରେ ଗୁରୁବାର ବିଳମ୍ବିତ ରାତିରେ ଗିରଫ କରିଛି ସିିବିଆଇ ।

ଫଟୋ ସୌଜନ୍ୟ: ଟ୍ବିଟର@msisodia
ଫଟୋ ସୌଜନ୍ୟ: ଟ୍ବିଟର@msisodia

ଏହି ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଟ୍ବିଟ କରି କହିଛନ୍ତି ଯେ, ସିବିଆଇର ଜଣେ ଜିଏସଟି ଇନ୍ସପେକ୍ଟରଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି । ଏହି ଅଫିସର ଜଣକ ମୋ ଅଫିସରେ ଓଏସଡି ଭାବରେ କାର୍ଯ୍ୟରତ ଥିବା କହିଛନ୍ତି ମନୀଷ । ସିବିଆଇ ଅଭିଯୁକ୍ତ ଅଫିସରଙ୍କୁ ତୁରନ୍ତ କଠୋର ଦଣ୍ଡବିଧାନ କରିବା ଉଚିତ୍‌ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମିତି ଅନେକ ଦୁନୀର୍ତିଖୋର ଅଫିସରଙ୍କୁ ମୁଁ 5ବର୍ଷ କାର୍ଯ୍ୟକାଳରେ ଧରିଥିବା କଥା କହିଛନ୍ତି ମନୀଷ ସିସୋଦିଆ ।

ସୂତ୍ର ଅନୁସାରେ ଏହି ମାମଲାରେ ସିସୋଦିଆଙ୍କ କୌଣସି ଭୂମିକା ନାହିଁ ବୋଲି କୁହାଯାଉଛି । ମାମଲାର ତଦନ୍ତ ଜାରି ରହିଛି । ସେ ୨୦୧୫ରେ ସିସୋଦିଆଙ୍କ କାର୍ଯ୍ୟାଳୟରେ ପଦସ୍ଥ ଅଧିକାରୀ ଥିଲେ ।

ଏଠାରେ ସୂଚନା ଯୋଗ୍ୟ, ଯେ ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍‌ ପୂର୍ବରୁ ଅଧିକାରୀ ଜଣଙ୍କୁ ଗିରଫ କରାଯିବା ପରେ ଆପ୍‌ ସରକାର ବିରୋଧୀଙ୍କ ଟାର୍ଗେଟରେ ଆସିପାରନ୍ତି । ଫେବୃଆରୀ 8 ତାରିଖରେ ଦିଲ୍ଲୀର 70 ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.