ETV Bharat / bharat

ନକଲି ଚୀନ କମ୍ପାନୀ ନାଁରେ 1000 କୋଟି ଟଙ୍କାର ମନି ଲଣ୍ଡ୍ରିଂ, ଆୟକର ବିଭାଗର ଚଢାଉ - ଆୟକର ବିଭାଗର ଚଢାଉ

ଆୟକର ବିଭାଗ କିଛି ଚାଇନିଜ ନାଗରିକ ଏବଂ ସେମାନଙ୍କ ଭାରତୀୟ ସହଯୋଗୀଙ୍କ ଆଡ୍ଡା ଉପରେ ଚଢାଉ କରିଛି। ଏହି ସବୁ ବ୍ୟକ୍ତି ନକଲି କମ୍ପାନୀ ସାହାରାରେ ୧୦୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ରାକେଟ୍‌ରେ ସାମିଲ ଥିଲେ। ଅଧିକ ପଢନ୍ତୁ...

ଚୀନ ନାଗରିକଙ୍କ ସହ ୧୦୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ, ଆୟକର ବିଭାଗର ଚଢାଉ

author img

By

Published : Aug 12, 2020, 4:07 PM IST

ନୂଆଦିଲ୍ଲୀ: ଆୟକର ବିଭାଗ କିଛି ଚୀନ ନାଗରିକ ଏବଂ ସେମାନଙ୍କର ଭାରତୀୟ ସହଯୋଗୀଙ୍କ ଆଡ୍ଡା ଉପରେ ଚଢାଉ କରିଛି । ଏହି ସବୁ ବ୍ୟକ୍ତି ନକଲି କମ୍ପାନୀ ସାହାରାରେ 1000 କୋଟି ଟଙ୍କାର ମନି ଲଣ୍ଡ୍ରିଂ ରାକେଟରେ ସାମିଲ ଥିଲେ । ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଅନୁସାରେ, ବିଶ୍ୱସନୀୟ ତଥ୍ୟକୁ ଆଧାର କରି କିଛି ଚୀନ୍ ନାଗରିକ ଏବଂ ସେମାନଙ୍କ ଭାରତୀୟ ସହଯୋଗୀମାନେ ସେଲ ସଂସ୍ଥା ମାଧ୍ୟମରେ ମନି ଲଣ୍ଡରିଂ ଏବଂ ହାୱାଲା କାରବାରରେ ଜଡିତ ଥିଲେ ।

ଆୟକର ବିଭାଗ ଜାଣିବାକୁ ପାଇଛି, ଚାଇନିଜ ଲୋକଙ୍କ କହିବା ଅନୁଯାୟୀ ପ୍ରାୟ ୪୦ ବ୍ୟାଙ୍କ ଆକାଉଣ୍ଟ ନକଲି କମ୍ପାନୀ ନାମରେ ଖୋଲାଯାଇଥିଲା। ଏହି ସବୁ ଆକାଉଣ୍ଟରେ ପାଖାପାଖି ୧୦୦୦ କୋଟି ଟଙ୍କା ଜମା କରାଯାଇଛି। ଚୀନ କମ୍ପାନୀର ସହଯୋଗୀ କମ୍ପାନୀ ଏବଂ ଏଥିରେ ଜଡିତ ବ୍ୟକ୍ତି ନକଲି କମ୍ପାନୀ ଜରିଆରେ ଭାରତରେ ରିଟେଲ୍ ସୋରୁମ ଖୋଲିବା ନାମରେ ୧୦୦ କୋଟି ଟଙ୍କା ଆଡଭାନ୍ସ ନେଇଥିଲେ।

ଏହି ସବୁ ସୂଚନା ଆଧାରରେ ଆୟକର ବିଭାଗ ଚାଇନିଜ ନାଗରିକ, ଭାରତରେ ସେମାନଙ୍କର ସହଯୋଗୀ, ଚାଇନିଜ କମ୍ପାନୀ ଏବଂ କିଛି ବ୍ୟାଙ୍କ କର୍ମଚାରୀଙ୍କ ବାସଭବନରେ ଚଢାଉ କରିଛି ବୋଲି ସିବିଡିଟି କହିଛି । ତଦନ୍ତରୁ ଜଣା ପଡିଛି ଯେ, ଏହି ସବୁ ଅର୍ଥରେ ହାଓ୍ଵାଲା କାରବାର କରାଯାଇଛି। ଏହି କାମରେ ଅନେକ ବ୍ୟାଙ୍କ କର୍ମଚାରୀ ଏବଂ ଚାର୍ଟାର୍ଡ ଆକାଉଣ୍ଟାଟ ମଧ୍ୟ ସାମିଲ ଅଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.