ETV Bharat / bharat

ଜାତିଗତ ଜନଗଣନା ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ - ଓବିସି କାର୍ଡ

ଜାତିଗତ ଜନଗଣନା ପାଇଁ କେନ୍ଦ୍ର ଉପରେ ବଢୁଛି ଚାପ । ବିଭିନ୍ନ ରାଜ୍ୟର ବିଧାନସଭାରେ ପ୍ରସ୍ତାବ ହୋଇଛି ପାରିତ । କାହିଁକି ଦାବି ହେଉଛି । କେତେ ଓବିସି ଜନତା ଅଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Caste based census
Caste based census
author img

By

Published : Mar 2, 2020, 4:12 AM IST

ନୂଆଦିଲ୍ଲୀ: 2021ରେ ଦେଶରେ ହେବ ଜନଗଣନା । ତେବେ ଏକା ସାଙ୍ଗରେ ଜାତିଗତ ଗଣନା କରିବାକୁ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏବେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରୁଛନ୍ତି । ଦେଶର ଅନେକ କ୍ଷମତାସୀନ ଦଳ ଏବେ ଏଥିପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଉଛନ୍ତି ।

ଏହି କ୍ଷେତ୍ରରେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ଜାତିଗତ ଜନଗଣନା ପାଇଁ ଦାବି କରିଛନ୍ତି । ସେହିଭଳି ବିହାର ସରକାର ମଧ୍ୟ ରାଜ୍ୟ ବିଧାନସଭାରେ ପ୍ରସ୍ତାବ ପାରିତ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି । ଏହି କ୍ଷେତ୍ରରେ ମହାରାଷ୍ଟ୍ର ସରକାର କ୍ଷମତାସୀନ ହେଉ ହେଉ ପଦକ୍ଷେପ ମଧ୍ୟ ଆରମ୍ଭ କରିଛନ୍ତି ।

ଜାତିଗତ ଜନଗଣନା ପାଇଁ ବଢୁଛି ଦାବି

ଦେଶରେ ପ୍ରତ୍ୟେକ 10 ବର୍ଷରେ ଥରେ ଜନଗଣନା ହୋଇଥାଏ । ବର୍ଷ 2011ରେ ଶେଷ ଥର ପାଇଁ ହୋଇଥିଲା । 2021 ରେ ପୁଣି ହେବାକୁ ଯାଉଛି । ତେଣୁ ଦେଶର ଅନେକ ରାଜନୈତିକ ଦଳ 2021 ରେ ହେବାକୁ ଥିବା ଜନ ଗଣନା ସମୟରେ ଜାତିଗତ ଗଣନା ମଧ୍ୟ କରିବାକୁ ଦାବି ଯୋରଦାର କରୁଛନ୍ତି । ଦେଶ ସ୍ବାଧୀନ ହେବାପୂର୍ବରୁ ପ୍ରଥମ ଥର ପାଇଁ 1941ରେ ଦେଶରେ ଜାତିଗତ ଗଣନା ହୋଇଥିଲା । କିନ୍ତୁ ଦ୍ବିତୀୟ ବିଶ୍ବଯୁଦ୍ଧ କାରଣରୁ ଏହା ପ୍ରକାଶ ପାଇପାରିନଥିଲା । ପରେ ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ 1951ରେ ଦେଶରେ ଜନ ଗଣନା ହୋଇଥିଲା । କିନ୍ତୁ ବର୍ତ୍ତମାନ ଯାଏଁ ଜାତିଗତ ଗଣନା ହୋଇନାହିଁ । ଦେଶର ପ୍ରତ୍ୟେକ ନାଗରିକଙ୍କର ସାମାଜିକ ଆର୍ଥିକ ସ୍ଥିତିକୁ ଆକଳନ କରି ଜନଗଣନା ହୋଇଥାଏ । ଏବେ 2021ରେ ପୁଣିଥରେ ଜନଗଣନା ହେବ । ଏହାସହ ଜାତିଗତ ଗଣନା କରିବା ପାଇଁ ଅନେକ ରାଜନୈତିକ ଦଳ ଦୃଢ ଦାବି କରୁଛନ୍ତି ।

ଉଦ୍ଧବ ସରକାର ଖେଳିଛନ୍ତି ଓବିସି କାର୍ଡ

ମହାରାଷ୍ଟ୍ରରେ ଶିବସେନା ବିଜେପି ଠାରୁ ସମ୍ପର୍କ ଛିନ୍ନ କରି ଏନସିପି ଓ କଂଗ୍ରେସ ସହାୟତାରେ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ହେବାପରେ ଉଦ୍ଧବ ଠାକେର ଜାନୁୟାରୀ ମାସରେ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇ ଜାତିଗତ ଜନଗଣନା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି । ଯାହା ଧ୍ବନିମତରେ ପାସ ହୋଇଥିଲା । ପରେ ମହାରାଷ୍ଟ୍ର ସରକାର ଦଶର ପଛୁଆ ବର୍ଗ(ଓବିସି)ଙ୍କ ଜନସଂଖ୍ୟା ଜାଣିବା ପାଇଁ ଜାତିଗତ ଜନଗଣନା କରିବାକୁ ଅନୁରୋଧ କରିଛନ୍ତି ।

ବିହାର ସରକାର ମଧ୍ୟ ଦାବି କଲେ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର 2021 ରେ ହେବାକୁ ଥିବା ଜନଗଣନାରେ ଓବିସି ସମାଜର ଗଣଣା ପାଇଁ ବିଧାନସଭାରେ ପ୍ରସ୍ତାବ ପାରିତ କରିଛନ୍ତି । ପ୍ରସ୍ତାବକୁ ପାରିତ କରି କେନ୍ଦ୍ରକୁ ପଠାଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିଛନ୍ତି । ଦାବିକୁ ପ୍ରଭାବୀ କରିବା ପାଇଁ ନୀତିଶ ତେଜସ୍ବୀ ଯାଦବଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ନିର୍ବାଚନ ବର୍ଷରେ ଏହି ଦାବିର ଯଥେଷ୍ଟ ଗୁରୁତ୍ବ ବହନ କରୁଛି ।

ୟୁପି ମଧ୍ୟ ଜାତିଗତ ଗଣନା ଦାବି କଲା

ସମାଜବାଦୀ ପାର୍ଟି ମଧ୍ୟ ଜାତିଗତ ଜନଗଣନା ପାଇଁ ଉତ୍ତର ପ୍ରଦେଶରେ ଦାବି ଆରମ୍ଭ କରିଛି । ଦଳ ମୁଖ୍ୟ ଅଖିଳେଶ ଯାଦବ ସାମ୍ବାଦିକ ସମ୍ମିଳନୀ କରି ଜାତିଗତ ଜନଗଣନା ପାଇଁ ଦାବି କରିଥିବା ବେଳେ ଦଳୀୟ ବିଧାୟକ ବିଧାନସଭାରେ ମଧ୍ୟ ସ୍ବରକୁ ଶାଣିତ କରିଛନ୍ତି ।

ଓବିସି ସମାଜର ପ୍ରଭାବ

ଦେଶର ରାଜନୀତିରେ ଓବିସି ସମାଜର ପ୍ରଭାବ ବଢିବାରେ ଲାଗିଛି । ରାଜ୍ୟରୁ କେନ୍ଦ୍ରରୁ ନେଇ ରାଜ୍ୟ ପର୍ଯ୍ୟନ୍ତ ଓବିସିଙ୍କ ବିସ୍ତାର ହେଉଛି । ଏହାବାଦ ଦେଶର ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ମଧ୍ୟ କହିଛନ୍ତି ଦେଶରେ କେଉଁ ସମାଜର କେତେ ଜନସଂଖ୍ୟା ଅଛନ୍ତି ତାହା ସମସ୍ତେ ଜାଣିବାକୁ ଚାହୁଁଛନ୍ତି । କିନ୍ତୁ ଜନତା ତ ଦୂରର କଥା କେନ୍ଦ୍ର ସରକାରଙ୍କୁ ମଧ୍ୟ ଜଣାନାହିଁ ଦେଶରେ କେତେ ସଂଖ୍ୟକ ଓବିସି ଅଛନ୍ତି ।

ଦେଶରେ ସବୁଠାରୁ ଅଧିକ ଓବିସି ଭୋଟର

ଦେଶର ରାଜନୀତିରେ ଅନେକ ସମୟରେ ପଛୁଆ ଜାତି ସଂପ୍ରଦାୟର ପ୍ରତିନିଧୀଙ୍କ କ୍ଷମତାରେ ରହିଛନ୍ତି । ଏକ ଆକଳନ ଅନୁସାରେ ଦେଶରେ ଜାତିଗତ ପ୍ରତିଶତରେ ଓବିସି ସମାଜର ମୋଟ 55 ପ୍ରତିଶତ ଭୋଟର ଅଛନ୍ତି । ଯେଉଁଥିରେ ବିଭିନ୍ନ ଜାତିର ଭୋଟର ରହିଛନ୍ତି । ସେହିଭଳି ଦେଶର ବିଭିନ୍ନ ରାଜ୍ୟରେ ଓବିସି ଭୋଟର ବିଭିନ୍ନ ଦଳର ସମର୍ଥନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.