ETV Bharat / bharat

ଚୀନରୁ ବ୍ୟାପୁଛି କୋରୋନା ଭାଇରସ, ସତର୍କ ହେଲା ଭାରତ

ଚୀନରେ ତୀବ୍ର ଗତିରେ ବ୍ୟାପୁଥିବା ନୋଭେଲ କୋରୋନା ଭାଇରସ୍‌ ଯୋଗୁଁ ଭାରତ ସମେତ ତା'ର ଅନ୍ୟାନ୍ୟ ପଡୋଶୀ ଦେଶ ଚିନ୍ତାରେ ପଡିଛନ୍ତି । ଅଧିକ ପଢନ୍ତୁ...

viral pneumonia
କୋରୋନା ଭାଇରସ୍‌
author img

By

Published : Jan 20, 2020, 11:54 PM IST

ବେଜିଂ: ଚୀନରେ ବ୍ୟାପୁଛି ରହସ୍ୟମୟ ଭାଇରସ୍‌ । ଯାହା ଚୀନ ସମେତ ତା'ର ପଡୋଶୀ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ଭାଇରସ୍‌କୁ ନୋଭେଲ କୋରୋନା ଭାଇରସ୍‌ ନାମରେ ନାମିତ କରାଯାଇଛି । ଚୀନ୍‌ ପ୍ରଶାସନ ତରଫରୁ ମିଳିଥିବା ସୂଚନା ମୁତାବକ ଏହି ନୂଆ ଭାଇରସ୍‌ ଯୋଗୁ ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଉଛି । ଦେଶର ବୁହାନ ନାମକ ସହରର ଏକ ସି ଫୁଡ ବଜାର ଏହି ଭାଇରସର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଏବେସୁଦ୍ଧା 200 ଜଣ ବ୍ୟକ୍ତି ଏହି ଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି । ଏହା ବ୍ୟତୀତ ଏହି ଭାଇରସ ଦ୍ବାରା ସଂକ୍ରମିତ ହୋଇ ତିନିଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ।

ସେପଟେ ଏହି ଭାଇରସ୍‌ ଚୀନର କେତେକ ପଡ଼ୋଶୀ ଦେଶକୁ ମଧ୍ୟ ବ୍ୟାପିଲାଣି । ଜାପାନ ଏବଂ ଥାଇଲାଣ୍ଡରେ ଏହି ସଂକ୍ରମିତ ରୋଗର 3ଟି ମାମଲା ସାମ୍ନାକୁ ଆସିଛି । ଯଉଁମାନଙ୍କ ପାଖରେ ଏହି ରୋଗ ଦେଖାଦେଇଛି ସେମାନେ ନିକଟରେ ହିଁ ଚୀନରୁ ଫେରିଛନ୍ତି । ତେବେ ଭାରତରେ ମଧ୍ୟ ଏହି ରୋଗକୁ ନେଇ ଚିନ୍ତା ବଢୁଛି । ଯଦିଓ ଆମ ଦେଶରେ ଏ ପର୍ଯ୍ୟନ୍ତ ଏହି ଭାଇରସ୍‌ ପ୍ରବେଶ କରିନାହିଁ, ତଥାପି ଭାରତ ପୂର୍ବରୁ ସତର୍କ ହୋଇଛି ।

ଚୀନରୁ ଫରୁଥିବା ସମସ୍ତ ଯାତ୍ରୀଙ୍କର ବିମାନବନ୍ଦରରେ ହିଁ ଥର୍ମାଲ ଯାଞ୍ଚ କରାଯାଉଛି । ମୁମ୍ବାଇ ବିମାନ ବନ୍ଦରରୁ ଚୀନ ବିମାନ ବନ୍ଦରକୁ ଏୟାର ଚାଇନା ଓ ରୱାଣ୍ଡ ଏୟାର ଲାଇନର ବିମାନ ପରିଚାଳିତ ହେଉଛି । ତେଣୁ ମୁମ୍ବାଇରେ ଏୟାରପୋର୍ଟ ହେଲଥ ଅର୍ଗାନାଇଜେଶନ (ଏପିଏଚସ)ର ଟିମ ଚୀନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ହେଲଥ କାଉଣ୍ଟର ଆରମ୍ଭ କରିଛନ୍ତି । ଏଥିପାଇଁ ଥର୍ମାଲ ସ୍କାନର ବ୍ୟବସ୍ଥା କରିଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପରାମର୍ଶ ଜାରି କରାଯିବା ପରେ ଯେଉଁ ଯାତ୍ରୀମାନେ ଚୀନରୁ ମୁମ୍ବାଇ ଆସୁଛନ୍ତି, ସେମାନଙ୍କୁ ଏହି ଥର୍ମାଲ ଯାଞ୍ଚ ମଧ୍ୟ ଦେଇ ମହାନଗରକୁ ପ୍ରବେଶ କରିବାକୁ ପଡୁଛି ।

ସେହିପରି ଏସିଆର ପ୍ରାୟ 6ଟି ଦେଶ ଏବଂ ଯୁକ୍ତରାଷ୍ଟ୍ରର 3ଟି ବିମାନବନ୍ଦରରେ ଥର୍ମାଲ ସ୍କାନର ବ୍ୟବସ୍ଥା କରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.