ETV Bharat / bharat

କୁମାରସ୍ବାମୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା

author img

By

Published : Nov 29, 2019, 12:06 PM IST

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀଙ୍କ ସମେତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ବର, ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାର, ଦିନେଶ ଗୁଣ୍ଡୁ ରାଓ ଏବଂ ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନରଙ୍କ ବିରୋଧରେ ମାନହାନୀ ଏବଂ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।

kumaraswamy
ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ସମେତ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ବର, ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାର, ଦିନେଶ ଗୁଣ୍ଡୁ ରାଓ ଏବଂ ବେଙ୍ଗାଲୁରୁର ପୂର୍ବତନ ପୋଲିସ କମିଶନରଙ୍କ ବିରୋଧରେ ମାନହାନୀ ଏବଂ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।

କର୍ଣ୍ଣାଟକର ତୁକମୁରର ସମାଜସେବୀ ମଲିକାର୍ଜୁନ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ ବେଙ୍ଗାଲୁରୁ ପୋଲିସ ଏ ମାମଲା ରୁଜୁ କରିଛି। ଆଇପିସିର ଧାରା 20 ଅଧିନରେ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ମଲିକାର୍ଜୁନଙ୍କ ଅଭିଯୋଗ ଅନୁସାରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଜେଡିଏସ ଏବଂ କଂଗ୍ରେସ ନେତାଙ୍କ ଘରେ ହୋଇଥିବା ଆୟକର ବିଭାଗର ଚଢାଉକୁ ବିରୋଧ କରିଥିଲେ । ଫଳରେ ଆୟକର ଅଧିକାରୀ ଠିକ ଭାବରେ ନିଜ କର୍ତ୍ତବ୍ୟ ନିର୍ବାହ କରି ପାରିନଥିଲେ। ସେତେବେଳେ ଏହାର ପ୍ରତିବାଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଉଭୟ ଜେଡିଏସ ଏବଂ କଂଗ୍ରେସ କର୍ମୀ । ଏହା ସହିତ ବିକ୍ଷୋଭସ୍ଥଳରେ ଉପସ୍ଥିତ ପୋଲିସକର୍ମୀ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ନିମ୍ନ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ମାମଲା ରୁଜୁ କରିଛି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.