ନୂଆଦିଲ୍ଲୀ: ପୃଥିବୀ, ମୃତ୍ତିକା, ବାୟୁ, ଜଳ ଆଦିକୁ ଆମକୁ ଓ ଆମର ପିଲାମାନଙ୍କୁ ଋଣ ହିସାବରେ ଦିଆଯାଇଛି । ଯାହାକୁ ଆମେ ପିତାମହ ପ୍ରପିତାମହ ଆଦିଙ୍କ ଠାରୁ ବଂଶାନୁଗତ ଭାବରେ ପାଇ ନଥିଲେ । ମହାତ୍ମା ଗାନ୍ଧୀ କହିଥିଲେ, ଆମମାନଙ୍କର ସର୍ବନିମ୍ନ କର୍ତ୍ତବ୍ୟ ଏହିକି ଯେ, ଆମେ ଆମର ଭବିଷ୍ୟତ ପିଢି ପାଇଁ ଏହି ଉପାଦାନକୁ ସଂରକ୍ଷିତ କରିବା ଜରୁରୀ ।
ଭବିଷ୍ୟତ ପିଢି ଏହି ପ୍ରଶ୍ନ ଉଠାଇବେ କି, କିଏ ସେହି ଅପରାଧୀ? ଯେ ପ୍ରଗତି ନାମରେ ନିଜର ଦାୟିତ୍ବକୁ ଭୁଲିବା ସହ ପରିବେଶକୁ ନଷ୍ଟ କରି ପୃଥିବୀକୁ ଏକ ଜଳନ୍ତା ପିଣ୍ଡରେ ପରିବର୍ତ୍ତନ କରିଛି । ଯାହା ଫଳରେ ବହୁ ପରିମାଣର କାର୍ବନ ବିକିରଣ ସହ ଜଳବାୟରୁ ଗୁରୁତର ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ସିଓପି (25) ସ୍ବିଡେନର ମାଦ୍ରିଦରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପରିବେଶବିତ ଗ୍ରିତା ଥନବର୍ଗ ପରିବେଶ ସମ୍ବନ୍ଧୀୟ ଗପ କଣ ପାଇଁ କୁହାଯାଉଛି ବୋଲି ପ୍ରଶ୍ନ କରିଥିଲେ । ପରିବେଶ ଏକ ଧ୍ବଂସାତ୍ମକ ସ୍ଥିତିରେ ଥିବାବେଳେ ପ୍ରସଙ୍ଗ ଉଠାଇ କଣ ପାଇଁ ସମୟ ଅତିବାହିତ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ ।
2015 ପ୍ୟାରିସ ଚୁକ୍ତିରେ ଭାଗ ନେଇଥିବା ସମସ୍ତ ଦେଶକୁ କାର୍ବନ ବିକିରଣ ନିୟନ୍ତ୍ରଣ ଦିଗରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ 14 ଦିନ ଧରି ଚାଲିଥିବା ଏହି ସମ୍ମିଳନୀ ଅଧିକ ସଫଳତା ପ୍ରଦାନ କରିପାରି ନଥିଲା । ବିଶ୍ବରେ ହାରାହାରି ମୁଣ୍ଡ ପିଛା କାର୍ବନ ବିକିରଣ 1.3 ଟନ ରହିଛି । ଏହି ହାରରେ ଆମେରିକା 4.5 ଟନର କାର୍ବନ ବିକିରଣ କରୁଥିବାବେଳେ ଚାଇନା 1.9 ଟନ ୟୁରୋପିୟାନ ୟୁନିୟନ 1.8 ଟନ ଓ ଭାରତ 0.5 ଟନ କାର୍ବନ ବିକିରଣ କରୁଛି ।
ବିଶ୍ବର ପ୍ରମୁଖ 4ଟି ରାଷ୍ଟ୍ର ସାମଗ୍ରିକ ଭାବେ 59 ପ୍ରତିଶତ କାର୍ବନ ବିକିରଣ କରୁଥିବା ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି । ସେହି ଦେଶଗୁଡିକ ମଧ୍ୟରେ ଚୀନ, ଆମେରିକା, ୟୁରୋପିୟାନ ୟୁନିଅନ ଓ ଭାରତ ସାମିଲ ରହିଛନ୍ତି । କାର୍ବନ ବିକିରଣରେ ଚୀନ 28 ପ୍ରତିଶତ ଅବଦାନ ରହିଥିବାବେଳେ ଆମେରିକାର 15 ପ୍ରତିଶତ, ୟୁରୋପିୟାନ ୟୁନିଅନ 9 ପ୍ରତିଶତ ଓ ଭାରତର 7 ପ୍ରତିଶତ ଅବଦାନ ରହିଛି । ବିଶ୍ବ ସମ୍ମିଳନୀରେ ଭାରତ ପ୍ୟାରିସ ସମ୍ମିଳନୀ ଅନୁସାରେ ନିଜର କାର୍ବନ ବିକିରଣ ସ୍ଥିତିରେ ସୁଧାର ଆଣିଥିବା କହିଥିଲେ ମଧ୍ୟ ବଡ ଦେଶମାନେ ଏହାକୁ ଶୁଣି ନଥିଲେ ।
ପରିବେଶ ଯାହା ସମସ୍ତ ଜୀବନ୍ତମାନଙ୍କୁ ମାଆ କୋଳରେ ଧରି ରଖିଲା ଭଳି ରଖିଛି । ଯାହା ମାନବ ଜାତି ବିରୁଦ୍ଧରେ ଜଳବାୟୁରେ ପରିବର୍ତ୍ତନ ପାଇଁ ଯୁଦ୍ଧ ଘୋଷଣା କରିଛି । ମାନବ ସମାଜ ଦିନକୁ ଦିନ ଏଥିପାଇଁ ଅଭିଶାପଗ୍ରସ୍ତ ହେଉଛି । ପ୍ରଗତି ନାମରେ ଶିଳ୍ପ ସମୃଦ୍ଧ ଦେଶମାନେ କାର୍ବନ ବିକିରଣ କରୁଛନ୍ତି । ଯାହା ଦ୍ବାରା ବିଶ୍ବର ତାପମାତ୍ରାରେ ବୃଦ୍ଧି ପରିଲକ୍ଷିତ ହେଉଛି ।
28 ଦେଶ ମଧ୍ୟରେ ତୁଳନାତ୍ମକ ଭାବରେ କାର୍ବନ ବିକିରଣରେ ସ୍ବଳ୍ପତା ବା ନେଟ ଜିରୋ ପାଇଁ ୟୁରୋପିୟାନ ୟୁନିଅନ ପ୍ରସ୍ତୁତ ରହିଥିବା କଥା ଜାତିସଂଘର ସାଧାରଣ ସମ୍ପାଦକ କହିଛନ୍ତି । ଏହିପରି ଭାବରେ ଭାରତ ଓ ଚୀନ ଉପରେ ଚାପ ବଢୁଛି । ତଥାପି ବ୍ରାଜିଲ, ଦକ୍ଷିଣ ଆଫ୍ରିକା, ଭାରତ ଓ ଚୀନ ବିକଶିତ ରାଷ୍ଟ୍ର କେଓଟୋ ପ୍ରୋଟୋକଲ 2005 ପାଇଁ ପ୍ରତିଜ୍ଞାବଦ୍ଧ ଥିବା ମିଳିତ ଭାବରେ ଉଲ୍ଲେଖ କରାଯାଇଛି । ପ୍ୟାରିସ ଚୁକ୍ତି ଆଧାରରେ ଏପରି କରାଯାଉଛି । ଏହାସହ ଭାରତ 2023ରେ ହେବାକୁ ଥିବା ପ୍ୟାରିସ ଚୁକ୍ତି ଆଧାରରେ କାର୍ବନ ବିକିରଣ ଉପରେ କୌଣସି ମତ ରଖିବ ନାହିଁ ବୋଲି ସ୍ପଷ୍ଟ କରିଛି ।
ପ୍ୟାରିସ ଚୁକ୍ତିନାମାର 6ଷ୍ଠ ଆର୍ଟିକିଲରେ ଏକ କାର୍ବନ ମାର୍କେଟ ପାଇଁ ପ୍ରସ୍ତାବ ଦିଆଯାଇଛି । କାର୍ବନ ମାର୍କେଟ ଦ୍ବାରା ଦେଶମାନେ ନିଜର ଅଂଶ ବିକ୍ରି କରିପାରିବେ । ଯାହା ଅଧିକ କାର୍ବନ ବିକିରଣକୁ କମାଇପାରେ । ଏହି ବ୍ୟବସ୍ଥାକୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ସେହିପରି ପାରିବେଶିକ ସମସ୍ୟାରେ ଜର୍ଜରିତ ଗରିବ ଦେଶ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବା ନେଇ ପ୍ରସ୍ତାବ ରହିଛି ।
ଯଦି 77ଟି ଦେଶ ବିଶ୍ବର ମାତ୍ର 13 ପ୍ରତିଶତ ବିକିରଣ କରୁଛନ୍ତି । ତେବେ କାର୍ବନ ବିକିରଣ ନିଉଟ୍ରାଲିଟିରେ କି ଲାଭ। ପରିବେଶ ଏକ ବୃହତ ସମସ୍ୟା ଦେଇ ଗତିକଲା ବେଳେ ଯେତେବେଳେ ସାମାନ୍ୟ ଉପଶମ କରି କି ଲାଭ । ପ୍ୟାରସ ଚୁକ୍ତିରେ ଶିଳ୍ପ ବିପ୍ଳବ ପୂର୍ବରୁ ଥିବା ତାପମାନରୁ 2 ଡିଗ୍ରୀ ମଧ୍ୟରେ ରଖିବାକୁ ଦେଶମାନଙ୍କୁ କୁହାଯାଇଛି । ଯଦି ବି ସଦସ୍ୟ ରାଷ୍ଟ୍ରମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସହମତି ହୋଇଥିଲେ କିନ୍ତୁ ବୈଜ୍ଞାନିକ ମାଧ୍ୟମରେ ପରୀକ୍ଷଣ କରିବାରୁ ଏହା 3 ଡିଗ୍ରୀ ସେଲସିୟସରୁ ଅଧିକ ହୋଇଥିବା ଦେଖିବାକୁ ମିଳିଛି ।
ବିଶ୍ବ ଅର୍ଥନୀତି ପ୍ରାକୃତିକ ବିପର୍ଯ୍ୟୟ ଯଥା ସମୁଦ୍ର ପତ୍ତନରେ ବୃଦ୍ଧି, ମହାବାତ୍ୟା, ମରୁଡି, ବନ୍ୟା, ଭୂକମ୍ପ, ସୁନାମୀ ଆଦି ଦ୍ବାରା ବେଶି ପ୍ରଭାବିତ ହେଉଛି । ଏଗୁଡିକୁ ପ୍ରତିହତ କଲାଭଳି କୌଣସି ସମ୍ଭାବନା ନାହିଁ । ପ୍ୟାରିସ ଚୁକ୍ତିନାମା ପରେ ସାରା ବିଶ୍ବରେ କାର୍ବନ ବିକିରଣର ପରିମାଣ 4 ପ୍ରତିଶତ ବୃଦ୍ଧି ପାଇଛି । ଏହି ବିପଦକୁ ରୋକିବାକୁ ହେଲେ 10 ବର୍ଷ ମଧ୍ୟରେ 7 ପ୍ରତିଶତ କାର୍ବନ ବିକିରଣ କମାଇବାକୁ ପଡିବ । ପ୍ୟାରିସ ଚୁକ୍ତିନାମାରେ ଆମେରିକା ଓ ଏହାର ରାଷ୍ଟ୍ରପତି କୌଣସି ପଦକ୍ଷେପ ନେଇ ନେଇ ନଥିଲେ । ଏପରିକି ଓବାମା କେୟୋଟୋ ପ୍ରୋଟୋକଲରୁ ଓହରିଯାଇଥିଲେ । ସେହିପରି ପରବର୍ତ୍ତୀ ରାଷ୍ଟ୍ରପତି ଟ୍ରମ୍ପ ପ୍ୟାରିସ ଚୁକ୍ତିନାମାକୁ ଗ୍ରହଣ ନ କରି ସମୁଦାୟ ବିଶ୍ବକୁ ସଙ୍କଟରେ ପକାଇଥିଲେ ।
ଭାରତ 2017 ମସିହାରେ ବିପଦପୂର୍ଣ୍ଣ ପରିବେଶ ଥିବା ଦେଶ ତାଲିକାରେ 14ତମ ସ୍ଥାନରେ ରହିଥିବା ଜର୍ମାନ ୱାଚ ନାମକ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରକାଶ କରିଛି । ସେହିଭଳି ଗତ ବର୍ଷ ଭାରତ ଏହି ତାଲିକାରେ 5ମ ସ୍ଥାନରେ ପହଞ୍ଚିଛି । ଯାହାକୁ ଦେଖି ଭାରତୀୟ ପରିବେଶର ଅବକ୍ଷୟ ଅନୁମାନ କରାଯାଇପାରେ ।
ଏହି ସଂକଟରେ ପୃଥିବୀର ସବୁଦେଶ ଏକତ୍ର କାମ କରିବା ଆବଶ୍ୟକ ହୋଇପଡିଛି । ଯଦି ସମସ୍ତ ଦେଶ ମିଳିତ ଭାବେ କାର୍ଯ୍ୟ ନକରନ୍ତି, ତେବେ ଏହା ସମଗ୍ର ମାନବ ଜାତି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ ସେଥିରେ ସନ୍ଦେହ ନାହିଁ।