ETV Bharat / bharat

ଅଭ୍ୟାସ ସମୟରେ ପାଣିରେ ବୁଡି ନିଖୋଜ ଭାରତୀୟ ସେନା କ୍ୟାପଟେନ

author img

By

Published : Jan 9, 2021, 12:59 PM IST

ଯୋଧପୁରର କାୟଲାନା ହ୍ରଦ ନିକଟ ତାଖତ ସାଗରରେ ଅଭ୍ୟାସ ସମୟରେ 4 ଜଣ ଯବାନ ହେଲିକପ୍ଟରରୁ ଡେଇଁପଡିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଯବାନ ଡଙ୍ଗା ପାଖରେ ପହଞ୍ଚି ଯାଇଥିବା ବେଳେ 10 ପାରାମିଲିଟାରୀ ଫୋର୍ସ କ୍ୟାପଟେନ ଅଙ୍କିତ ଗୁପ୍ତା ନିଖୋଜ ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

ନିଖୋଜ ଭାରତୀୟ ସେନା କ୍ୟାପଟେନ
ନିଖୋଜ ଭାରତୀୟ ସେନା କ୍ୟାପଟେନ

ଜୟପୁର: ଗୁରୁବାର ଯୋଧପୁରର କାୟଲାନା ହ୍ରଦ ନିକଟ ତାଖତ ସାଗରରେ ଅଭ୍ୟାସ ସମୟରେ 4 ଜଣ ଯବାନ ହେଲିକପ୍ଟରରୁ ଡେଇଁପଡିଥିଲେ । ସେମାନଙ୍କ ମଧ୍ୟରୁ 3 ଜଣ ଯବାନ ଡଙ୍ଗା ପାଖରେ ପହଞ୍ଚି ଯାଇଥିବା ବେଳେ 10 ପାରାମିଲିଟାରୀ ଫୋର୍ସ କ୍ୟାପଟେନ ଅଙ୍କିତ ଗୁପ୍ତା ନିଖୋଜ ହୋଇଯାଇଛନ୍ତି ।

ତେବେ ତିନି ଦିନ ହେବ ଅଙ୍କିତ ଗୁପ୍ତାଙ୍କ ସନ୍ଧାନ ଜାରି ରଖିଛି ଏସଡିଆରଏଫ୍ ଟିମ୍ । ଏପରିକି ଶୁକ୍ରବାର ରାତିରେ ହେଲିକପ୍ଟର ଯୋଗେ ଜଳ ସେନାର ସ୍ବତନ୍ତ୍ର ମାର୍କୋସ୍ କମାଣ୍ଡ ମଧ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ । ସୂଚନାନୁଯାୟୀ, ଶନିବାର ସକାଳେ ପ୍ରାୟ 100 ଜଣ ମାର୍କୋସ କମାଣ୍ଡୋ ପ୍ରାଇଭେଟ୍ ଏସଡିଆରଏଫଙ୍କ ସହାୟତାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

କ୍ୟାପଟେନ ଅଙ୍କିତ ଗୁପ୍ତାଙ୍କ ପତ୍ନୀ ଶୁକ୍ରବାର ସନ୍ଧ୍ୟାରେ ଯୋଧପୁରରେ ପହଞ୍ଚିଛନ୍ତି ଏବଂ ସେ ବର୍ତ୍ତମାନ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଗୁପ୍ତାଙ୍କ ପରିବାର ମଧ୍ୟ ଶନିବାର ସୁଦ୍ଧା ଯୋଧପୁରରେ ପହଞ୍ଚିବାର ସମ୍ଭାବନା ରହିଛି। ବର୍ତ୍ତମାନ ସେନା କର୍ମଚାରୀମାନେ ତାଖତ ସାଗର ଚାରିପାଖରେ ଥିବା ସମସ୍ତ ଅଞ୍ଚଳକୁ ସିଲ୍ କରି ସେଠାରେ ସାଧାରଣ ଲୋକଙ୍କ ଗତିବିଧି ବନ୍ଦ କରି ଦେଇଛନ୍ତି ଏବଂ କ୍ୟାପଟେନ ଅଙ୍କିତ ଗୁପ୍ତାଙ୍କ ସନ୍ଧାନରେ ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.