ETV Bharat / bharat

ନକଲି କଲ ସେଣ୍ଟର ଘଟଣାରେ 32 ଗିରଫ - ଧରାପଡିଲା ନକଲି କଲ୍ ସେଣ୍ଟର

ରାଜଧାନୀ ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ। ଏହି ମାମଲାରେ ଦିଲ୍ଲୀ ପୋଲିସ 32ଙ୍କୁ ଗିରଫ କରିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Nov 18, 2019, 8:21 AM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଅନ୍ତରାଷ୍ଟ୍ରୀୟ ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ । ଏହି ମାମଲାରେ ଦିଲ୍ଲୀ ପୋଲିସ 32 ଜଣଙ୍କୁ ଗିରଫ କରିଛି । ପଶ୍ଚିମଦିଲ୍ଲୀର ସାଇବର ସେଲ ମୋତିନଗର ଡିଏସଏଫ ଇଣ୍ଡଷ୍ଟ୍ରୀୟାଲ ଅଞ୍ଚଳରେ ଚାଲୁଥିବା ନକଲି କଲ୍ ସେଣ୍ଟରର ପର୍ଦ୍ଦାଫାସ କରିଛି ପୋଲିସ । ଏହି କଲ୍ ସେଣ୍ଟର କାନାଡା ନାଗରିକଙ୍କୁ ଟାର୍ଗେଟ କରି ଠକାମିର ଜାଲରେ ଫସାଉଥିଲା ।

ଏହି କଲ୍ ସେଣ୍ଟର ମାଧ୍ୟମରେ ବିଦେଶୀଙ୍କଠାରୁ କୋଟି କୋଟି ଟଙ୍କା ଲୁଟ୍ କରାଯାଉଥିଲା । ଏନେଇ ପୋଲିସକୁ ଗୁଇନ୍ଦା ବିଭାଗରୁ ସୂଚନା ମିଳିବା ମାତ୍ରେ ପୋଲିସ ଏହି କଲ୍ ସେଣ୍ଟର ଉପରେ ଚଢାଉ କରିଥିଲା । ଏଠାରେ ପୋଲିସ ରେଡ କରିବା ପରେ କାନାଡିଆନ ଲୋକଙ୍କୁ ଭିଓଆଇପି କଲ ମାଧ୍ୟମରେ ବୋକା ବନାଇ ଟଙ୍କା ଲୁଟୁଥିଲା ଘଟଣା ସାମ୍ନାକୁ ଆସିଥିଲା ।

ପୋଲିସ ସୂଚନା ଅନୁସାରେ, ଗିରଫ ହୋଇଥିବା ବ୍ୟକ୍ତି କାନାଡିଆନ ଲୋକଙ୍କୁ ଭିଓଆଇପି କଲ୍ କରୁଥିଲେ । ସେହିଭଳି କଲରଙ୍କୁ ମଧ୍ୟ କାନାଡା ନମ୍ବର ଦେଖାଉଥିଲା । ଗ୍ରାହକ ଯଦି କଲ ରିସିଭ କରନ୍ତି ତେବେ ଫ୍ଲୁଏଣ୍ଟ ଇଂରାଜୀରେ କାନାଡିଆନ ପୋଲିସ ଅଫିସର ସାଜି କଲରଙ୍କ ସହ କଥା ହୋଇ ତାଙ୍କର ଏସ ଆଇ ଏନ ନମ୍ବର ମାଗନ୍ତି । ଆଉ ତାପରେ ବ୍ଲାକମେଲର ମାନେ ଗ୍ରାହକଙ୍କୁ ବ୍ଲାକମେଲ କରି ଟଙ୍କା ଲୁଟନ୍ତି ।

ପୋଲିସ ସୂଚନା ମୁତାବକ ଏହି ଗ୍ୟାଙ୍ଗ ଗତ 6 ମାସ ଧରି ଏଭଳି ଫର୍ଜି କାମ କରିଆସୁଛନ୍ତି । ଏପର୍ଯ୍ୟନ୍ତ ବହୁତ ସଂଖ୍ୟକ କାନାଡିଆନ ଲୋକଙ୍କୁ ଚୂନ ଲଗାଇସାରିଛନ୍ତି । ଏହି ମାମଲାରେ ଦିଲ୍ଲୀ ପୋଲିସ ପାଖକୁ ଗୋଟିଏ ଅଭିଯୋଗ ଆସିଥିଲା। ଏହାପରେ କଲ୍ ସେଣ୍ଟର ଚଢାଉ କରିବା ସହ 32 ଜଣଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାର ରଖିଛି ।

Intro:Body:

PUJA

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.