ହାଇଦ୍ରାବାଦ: କୋରୋନା ଭାଇରସ ଧୀରେ ଧୀରେ ନିଜ କାୟା ବିସ୍ତାର କରି ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଛି । ଭାରତରେ ମଧ୍ୟ ପ୍ରବେଶ କରିସାରିଛି କୋରୋନା। କିନ୍ତୁ ଏହାକୁ ଏଡାଇବା ପାଇଁ ଆପଣଙ୍କ ପାଖରେ ମଧ୍ୟ ଅନେକ ବିକଳ୍ପ ଅଛି । କ୍ରମାଗତ ଭାବେ କୋରୋନାରୁ ନିଜକୁ ରକ୍ଷା କରିବାକୁ ଭାରତରେ ଲୋକଙ୍କୁ ଆଡଭାଇଜରୀ ଜାରି କରାଯାଇଛି। ଏହାର ଭୟାଭୟତାକୁ ଦେଖି ନିକଟରେ ଯୋଗ ମାଧ୍ୟମରେ କୋରୋନା ଭାଇରସରୁ ନିଜକୁ ଦୂରେଇ ରଖାଯାଇ ପାରିବ ବୋଲି ଯୋଗ ଗୁରୁ ବାବା ରାମଦେବ କହିଛନ୍ତି।
ବାବା ରାମଦେବ ଏହାକୁ ଦେଖି ତିନୋଟି ବିଶେଷ ପ୍ରାଣାୟାମ ବିଷୟରେ କହିଛନ୍ତି । ଯାହାକୁ କରିବା ଦ୍ବାରା ଆପଣ କୋରୋନା ସଂକ୍ରମଣରୁ ନିଜକୁ ରକ୍ଷା କରି ପାରିବେ । ଯାହାକୁ ଡାକ୍ତର ଓ ଅନେକ ବୈଜ୍ଞାନିକଙ୍କ ଦ୍ବାରା କରାଯାଇଥିବା ଅଧ୍ୟୟନରୁ ଶତ ପ୍ରତିଶତ ନହେଲେ ବି ଅନେକ ମାତ୍ରାରେ ସହାୟକ ହେଉଥିବା କୁହାଯାଇଛି ।
କୋରୋନାରୁ କେମିତି ରକ୍ଷା କରିବ ଯୋଗ ?
ପ୍ରକୃତରେ କୋରୋନା ସଂକ୍ରମଣର ଆଶଙ୍କା ସେହି ଲୋକଙ୍କୁ ଅଧିକ ଥାଏ ଯେଉଁମାନଙ୍କ ଶରୀରରେ ରୋଗ ପ୍ରତିଶୋଧକ ଶକ୍ତି କମ ଥିବ । ସେମାନେ ଖୁବଶୀଘ୍ର କୋରୋନାରେ ପୀଡିତ ହୋଇଯାନ୍ତି । ଏହାକୁ ନେଇ NCBI(National Centre for Biotechnology Information) ପକ୍ଷରୁ କରାଯାଇଥିବା ଗବେଷଣାରେ ଯୋଗ ଓ ପ୍ରଣାୟମ ଦ୍ବାରା ଦେହରେ ଥିବା ରୋଗ ପ୍ରତିଶୋଧକ ଶକ୍ତିକୁ ବୃଦ୍ଧି କରାଯାଇ ପାରିବ ବୋଲି ଜଣାପଡିଛି । ଏହି କାରଣରୁ ବାବା ରାମଦେବଙ୍କ 3ଟି ପ୍ରଣାୟମ କୋରୋନା ସଂକ୍ରମଣକୁ ରୋକିବାରେ ରାମବାଣ ହୋଇପାରିବ ।
ପ୍ରଥମରେ ରହିଛି କପାଳ ଭାତୀ । ଏହା କରିବା ଦ୍ବାରା କୋରୋନା ଭାଇରସ ସଂକ୍ରମଣ ହେବନାହିଁ । ଦ୍ବିତୀୟରେ ହେଲା ଅନୁଲୋମ-ବିଲୋମ । ଏହି ଆସନ କରିବା ଦ୍ବାରା ଦେହରେ ରୋଗ ପ୍ରତିଶେଧକ ସକ୍ତି ବୃଦ୍ଧି ପାଇଥାଏ । ତୃତୀୟ ଆସନ ହେଲା ଭଷ୍ଟ୍ରିକା ପ୍ରାଣାୟାମ । ଏହାଦ୍ବାରା ମଧ୍ୟ କୋରୋନା ଭାଇରସରୁ ଆପଣଙ୍କୁ ଦୂରେଇ ରଖିବାରେ ସହାୟକ ହେବ ।