ETV Bharat / bharat

ଷଷ୍ଠ ପର୍ଯ୍ୟାୟ: ଶୁକ୍ରବାର ସଂଧ୍ୟାରେ ସରିବ ପ୍ରଚାର

ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାରର ଶେଷଦିନ । ଦେଶରେ 7ଟି ରାଜ୍ୟର 59ଟି ଆସନରେ ଚଳିତ ମାସ 12 ତାରିଖ ରବିବାର ମତଦାନ ହେବ।

author img

By

Published : May 10, 2019, 12:11 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାରର ଶେଷଦିନ । ସଂଧ୍ୟାରେ ପ୍ରଚାର ଶେଷ ହେବାକୁ ଯାଉଥିବା ବେଳେ ଭୋଟରଙ୍କୁ ଆକୃଷ୍ଠ ପାଇଁ ସମସ୍ତ ଦଳର ପ୍ରାର୍ଥୀ ନିଜର ଜୋର ଲାଗାଇଛନ୍ତି ।

ଦେଶରେ 7ଟି ରାଜ୍ୟର 59ଟି ଆସନରେ ରବିବାର ମତଦାନ ହେବ। ଏହି ପର୍ଯ୍ୟାୟରେ ଉତ୍ତର ପ୍ରଦେଶର 14ଟି ଆସନରେ ମତଦାନ ହେବାକୁ ଥିବା ବେଳେ ହରିଆଣାର 10ଟି, ଦିଲ୍ଲୀର 7ଟି, ଝାଡଖଣ୍ଡର 4ଟି ଓ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶର ଆଦି ଏହି ତିନୋଟି ରାଜ୍ୟର 8ଟି ଲେଖାଁଏ ଆସନରେ ମତଦାନ ହେବ।

ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ଜନସଭା ଓ ରୋଡ ସୋ ମାଧ୍ୟମରେ ଜୋରଦାର ପ୍ରଚାର ଚଳାଇଛନ୍ତି । ପ୍ରଧନମନ୍ତ୍ରୀ ମୋଦି ହରିଆଣାର ରୋହତକ, ହିମାଚଳପ୍ରଦେଶର ମଣ୍ଡି ଓ ପଞ୍ଜାବର ଦୁସିଆରପୁରେ ବିଭିନ୍ନ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ହିସାରର ବରଓ୍ବଲା ଓ ହରିଆଣାର ଚରଖି ଦାଦ୍ରିରେ ପ୍ରଚାର କରିବେ । ଅନ୍ୟପକ୍ଷରେ କଂଗ୍ରସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହିମାଚଳପ୍ରଦେଶ ଓ ଚଣ୍ଡିଗଡରେ ରାଲି କରିବାକୁ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶରେ ପ୍ରଚାର କରିବେ।

Fani Puri agriculture

ସାମୁଦ୍ରିକ ବାତ୍ୟା ଫୋନି ତାଣ୍ଡବରୁ ବର୍ତିନି ଚାଷୀଙ୍କ କ୍ଷେତ । ରବି ଫସଲ କରି କିଛି ଲାଭ ପାଇବାକୁ ଆଶା ରଖିଥିବା ଚାଷୀ ଏବେ ହତାଶ ହୋଇଛନ୍ତି । ବାତ୍ୟାରୁ ବର୍ତ୍ତିବା ପାଇଁ ନିଜ ଫସଲକୁ କ୍ଷେତରୁ ଆଣି ସୁରକ୍ଷିତ ରଖିଥଲେ ହେଲେ ଫୋନି ସେ ସବୁକୁ ଉଜାଡ଼ି ଦେଇଛି । ଫୋନି ମାଡରେ ଅମଳ ଫସଲ ଫିମ୍ପି ମାରିଲାଣି । ଆଉ ସେସବୁରୁ କେବଳ ବିହନ ପାଇବାପାଇଁ ଆଶାକରି ରାସ୍ତାରେ ସୂର୍ଯ୍ୟ ଦେବଙ୍କୁ ଭରସା କରି ସୁଖାଇଛନ୍ତି । ସେହିଭଳି ବାଦାମ ଫସଲରେ ମଧ୍ୟ ଫୋନି ପ୍ରଭାବରେ ଜଳାଣ୍ଣବ ହୋଇଛି । କେବଳ ନିଜେ ବୁଣିଥିବା ବିହନ ଅମଳ ଆଶାରେ ଉପାଡି ଆଣୁଛନ୍ତି କ୍ଷେତରୁ ।
Visual mojo
Puri story
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.