ETV Bharat / bharat

ସହଜ ହେଲା ବିମାନ ଯାତ୍ରା, ଚେହେରା ଦେବ ବୋର୍ଡିଂ ପାସ - ବୋର୍ଡିଂ ପାସ

ଏଣିକି ବିମାନ ଯାତ୍ରା ସମୟରେ ଆଉ ଆବଶ୍ୟକ ପଡିବନି ବିମାନ ଟିକେଟ୍ କିମ୍ବା ବୋର୍ଡିଂ ପାସ୍ । ଆପଣ ଚେହେରା ହିଁ ଆପଣଙ୍କ ବୋଡିଂ ପାସ । ବିମାନ ଯାତ୍ରାକୁ ପେପରଲେସ କରିବା ପାଇଁ ନୂତନ ବ୍ୟବସ୍ଥା କରାଯାଉଛି ।

ଡିଜାଇନ ଫଟୋ
author img

By

Published : Mar 5, 2019, 3:11 PM IST

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ବିମାନ ଯାତ୍ରା ସମୟରେ ଆଉ ଆବଶ୍ୟକ ପଡିବନି ବିମାନ ଟିକେଟ୍ କିମ୍ବା ବୋର୍ଡିଂ ପାସ୍ । ଆପଣଙ୍କ ଚେହେରା ହିଁ ଆପଣଙ୍କ ଟିକେଟ୍ ଓ ବୋର୍ଡି୍ଂ ପାସ । କାରଣ ଖୁବ ଶୀଘ୍ର ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହାର ପରୀକ୍ଷଣ ହେବାକୁ ଯାଉଛି ।

ଏୟାରପୋର୍ଟକୁ ପେପରଲେସ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । ଏଥିପାଇଁ ଏକ ଆପ୍ ମଧ୍ୟ ପ୍ରସ୍ତୁତ କରାଯାଉଛି । ଏହି ଆପରେ ଏୟାର ଲାଇନ୍ସ, ଇମିଗ୍ରେସନ, ସିଆପରିଏଫ ଓ ଅନ୍ୟ ସୁରକ୍ଷା ଏଜେନ୍ସି ସମେତ କିଛି ଯାତ୍ରୀଙ୍କ ଡାଟା ରହିବ । ଯେଉଁମାନେ ପ୍ରାୟ ସମୟରେ ବିମାନରେ ଯାତ୍ରା କରୁଛନ୍ତି । ଆପରେ ଯାତ୍ରୀଙ୍କୁ ଟିକେଟ ଓ ଫଟୋ ପରିଚୟ ପତ୍ର ଅପଲୋଡ କରିବାକୁ ପଡିବ ।

ଡିଜିଟାଲ ଯାତ୍ରା ପାଇଁ ଆପରେ ଯାତ୍ରୀ ରେଜିଷ୍ଟ୍ରେସନ କଲେ ତାହା କିଛି ଦିନ ବୈଧତା ରହିବ । ଯାତ୍ରୀ ଯେତେବେଳେ ବିମାନ ଟିକେଟ୍ ଓ ପରିଚୟ ପତ୍ର ଅପଲୋଡ କରିବେ ସେହି ସମୟରେ ଏୟାରଲାଇନ୍ସ ସହ ଜଡିତ ଦସ୍ତାବିଜକୁ ଯାଞ୍ଚ କରି ବୋର୍ଡିଂ ପାସ ମଧ୍ୟ ଯାଞ୍ଚ କରି ଯାରି କରି ଦିଆଯିବ ।

ସେଥିପାଇଁ ମଧ୍ୟ ସଫ୍ଟୱେୟାର ପ୍ରସ୍ତୁତ କରାଯିବ। ଏୟାରପୋର୍ଟରେ ଚେହେରାକୁ ସ୍କାନ କରିବା ପାଇଁ ସ୍ବତନ୍ତ୍ର କ୍ୟାମେରା ଲଗାଯିବ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.