କୋଲକାତା: ପଶ୍ଚିମବଙ୍ଗର ଜିଲ୍ଲା କୋର୍ଟର କର୍ମଚାରୀଙ୍କୁ କଲିକତା ହାଇକୋର୍ଟର ପ୍ରଧାନ ବିଚାରପତିଙ୍କୁ ‘ମାଇଁ ଲର୍ଡ’ କିମ୍ବା ‘ଲର୍ଡ’ ବୋଲି କହିବାକୁ ପଡ଼ିବ ନାହିଁ । ସାଧାରଣତଃ ‘ସାର୍’ କହିଲେ ଯଥେଷ୍ଟ ହେବ । ଏହି ନିର୍ଦ୍ଦେଶ ଜାରିକରିଛନ୍ତି କୋଲକାତା ହାଇକୋର୍ଟର ମୁଖ୍ୟବିଚାରପତି ଟିବିଏନ ରାଧାକ୍ରିଷ୍ଣନ ।

ମଙ୍ଗଳବାର ଦିନ ସମସ୍ତ ଜିଲ୍ଲା ଜଜ ଏବଂ ମୁଖ୍ୟ ବିଚାରପତିଙ୍କୁ ଇ-ମେଲ୍ ମାଧ୍ୟମରେ ହାଇକୋର୍ଟ ରେଜିଷ୍ଟ୍ରାର-ଜେନେରାଲଙ୍କଠାରୁ ପଠାଯାଇଥିବା ଚିଠିରେ ଏହା ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ