ETV Bharat / bharat

ଚାଇନିଜ୍ ଆପ୍ ନିଷେଧ ଉପରେ ଖୁସି ବ୍ୟକ୍ତ କଲା CAIT

author img

By

Published : Jun 30, 2020, 2:14 PM IST

ଚାଇନିଜ୍ ଆପ୍ ନିଷେଧ ଉପରେ ଖୁସି ବ୍ୟକ୍ତ କଲା CAIT । ସରକାରଙ୍କ ଏହି ପଦକ୍ଷେପକୁ ଲୋକମାନେ ସ୍ୱାଗତ କରିବା ସହ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଅଧିକ ପଢନ୍ତୁ...

ଚାଇନିଜ୍ ଆପ୍ ନିଷେଧ ଉପରେ ଖୁସି ବ୍ୟକ୍ତ କଲେ CAIT

ନୂଆଦିଲ୍ଲୀ: ଚାଇନିଜ୍ ଆପ୍ ନିଷେଧ ଉପରେ ଖୁସି ବ୍ୟକ୍ତ କଲାCAIT । ଭାରତ ସରକାରଙ୍କ ସୁରକ୍ଷାକୁ ଦର୍ଶାଇ ଚାଇନାରୁ 59 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ବିଷୟରେ ସୋସିଆଲ ମିଡିଆରେ ମଧ୍ୟ ପ୍ରତିକ୍ରିୟା ଆସିବା ଆରମ୍ଭ ହୋଇଯାଇଛି । ନିଷିଦ୍ଧ ହୋଇଥିବା 59 ଟି ଆପ୍ ମଧ୍ୟରେ ଲୋକପ୍ରିୟ ଆପ୍ ଟିକ୍ ଟକ୍, ଶେୟାରିଟି, ହେଲୋ, ୟୁସି ବ୍ରାଉଜର, ଲାଇକି, ୱିଚାଟ୍ ଆଦି ଅନ୍ତର୍ଭୁକ୍ତ । ସରକାରଙ୍କ ଏହି ପଦକ୍ଷେପକୁ ଲୋକମାନେ ସ୍ୱାଗତ କରୁଛନ୍ତି। ଏ ସମୟରେ, କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT) ର ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ଚାଇନାର ସାମଗ୍ରୀକୁ ବଏକଟ୍ କରିବା ପାଇଁ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଜାତୀୟ ଅଭିଯାନ ପାଇଁ ମଧ୍ୟ ବହୁତ ସମର୍ଥନ ରହିଛି । ଏହି ସାହସିକ ନିଷ୍ପତ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅଭିନନ୍ଦନ ପାଇବାକୁ ଯୋଗ୍ୟ। ଦେଶର 7 କୋଟି ବ୍ୟବସାୟୀ ସରକାରଙ୍କୁ ଦୃଢ ସମର୍ଥନ କରୁଛନ୍ତି ଏବଂ ବର୍ତ୍ତମାନ ଅଧିକ ଦ୍ରୁତ ଗତିରେ CAIT ଏହାର ଅଭିଯାନକୁ ଦେଶର ପ୍ରତ୍ୟେକ କୋଣକୁ ନେଇଯିବ ବୋଲି ସେ କହିଛନ୍ତି ।

ଏପଟେ ଗୋପନୀୟତା, ସାଇବର ସୁରକ୍ଷା ଏବଂ ଜାତୀୟ ନିରାପତ୍ତା ପ୍ରତି ବିପଦ ଥିବା ପ୍ଲାଟଫର୍ମଗୁଡିକ ବିରୋଧରେ ସରକାରଙ୍କ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଆଶା କରୁଛୁ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ସରକାର ସମର୍ଥନ ଜାରି ରଖିବେ ବୋଲି ଶେୟାରଚାଟର ପବ୍ଲିକ୍ ପଲିସି ନିର୍ଦ୍ଦେଶକ ବର୍ଗସ୍ ମାଲୁ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.