ETV Bharat / bharat

ଚୀନ ସାମଗ୍ରୀ ବହିଷ୍କାର ଦାବି, CAITର ପ୍ରତିବାଦ - କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ

କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT )ପକ୍ଷରୁ ଚାଇନିଜ ସାମଗ୍ରୀ ବହିଷ୍କାର ପାଇଁ ପ୍ରତିବାଦ କରାଯାଉଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନାର ବଦମାସୀକୁ ନିନ୍ଦା କରିଛି ସିଏଆଇଟି ।

CAIT calls for boycott
ଚୀନ ସାମଗ୍ରୀକୁ ବହିସ୍କାର ଦାବି
author img

By

Published : Jun 17, 2020, 2:32 PM IST

ନୂଆଦିଲ୍ଲୀ: କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ (CAIT )ପକ୍ଷରୁ ଚାଇନିଜ ସାମଗ୍ରୀ ବହିଷ୍କାର ପାଇଁ ପ୍ରତିବାଦ କରାଯାଉଛି । ପ୍ରକୃତ ନିୟନ୍ତ୍ରଣ ରେଖାରେ ଚୀନ ସେନାର ବଦମାସୀକୁ ନିନ୍ଦା କରିଛି ସିଏଆଇଟି । ଡିସେମ୍ବର 2021 ମଧ୍ୟରେ ଚୀନ ସାମଗ୍ରୀର ଆମଦାନୀ 13 ବିଲିୟନ ଡଲାର ବା ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ହ୍ରାସ ହେବା ଉଚିତ୍ ବୋଲି ସିଏଆଇଟି କହିଛି । ଭାରତ ବର୍ତ୍ତମାନ ଚୀନରୁ 5.25 ଲକ୍ଷ କୋଟି ଟଙ୍କା ବା 70 ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମଦାନୀ କରୁଛି।

ସିଏଆଇଟି କହିଛି, ‘ପ୍ରଥମ ଭାଗରେ ସାମଗ୍ରୀର 500ରୁ ଅଧିକ ଶ୍ରେଣୀ ଚୟନ କରିଛି । ଏଥିରେ 3 ହଜାରରୁ ଅଧିକ ବସ୍ତୁ ସାମିଲ ଅଛି । ଏହା ଭାରତରେ ମଧ୍ୟ ପ୍ରସ୍ତୁତ କରାଯାଉଛି । ମାତ୍ର ଶସ୍ତା କାରଣରୁ ଆମେ ଚୀନରୁ ଆମଦାନୀ କରିଥାଉ ’ । ଆହୁରି ମଧ୍ୟ କୁହାଯାଇଛି ଯେ, ଏହି ସବୁ ବସ୍ତୁ ନିର୍ମାଣରେ କୌଣସି ଅତ୍ୟାଧୁନିକ ପ୍ରଣାଳୀର ଆବଶ୍ୟକତା ନାହିଁ । ଏଥିପାଇଁ ଭାରତ ଭଲ ଭାବରେ ପ୍ରସ୍ତୁତ ମଧ୍ୟ ଅଛି । ଭାରତରେ ନିର୍ମାଣ ହେଉଥିବା ବସ୍ତୁ, ଚୀନ ସାମଗ୍ରୀ ପରିବର୍ତ୍ତେ ବ୍ୟବହାର କରାଯାଇ ପାରିବ । ଏହାଦ୍ବାରା ଚୀନ ସାମଗ୍ରୀ ଉପରେ ଭାରତ ନିର୍ଭର କରିବା ବନ୍ଦ କରିବ ’ ।

ପ୍ରକାଶଥାଉକି, ପ୍ରକୃତ ନିୟନ୍ତ୍ରଣ ରେଖା ଉପରେ ଚୀନସେନାର ଆକ୍ରମଣରେ ଭାରତୀୟ ସେନାର 20 ଯବାନ ଶହୀଦ ହୋଇଥିବାବେଳେ ଅନେକ ଗମ୍ଭୀର ରୂପେ ଆହାତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.