ନୂଆଦିଲ୍ଲୀ: ଜାଫ୍ରାବାଦ ମେଟ୍ରୋ ଷ୍ଟେସନ ନିକଟରେ ସୁରକ୍ଷାକର୍ମୀ ମୁତୟନ । ସିଏଏକୁ ବିରୋଧ କରି 1000ରୁ ଅଧିକ ମହିଳା ପ୍ରଦର୍ଶନ କରୁଥିବାବେଳେ ଏଠାରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି ।
ଶନିବାର, ହଜାରେରୁ ଅଧିକ ମହିଳା ସିଏଏ ଓ ଏନଆରସି ବିରୋଧରେ ଜାଫ୍ରାବାଦ ମେଟ୍ରୋ ଷ୍ଟେସନ ନିକଟରେ ପ୍ରତିବାଦ କରିଛନ୍ତି । ସେମାନେ ମୁଣ୍ଡରେ ନୋ ‘ଏନଆରସି’ ଟୋପି ଲଗାଇ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଏହାସହ ହାତରେ ତ୍ରିରଙ୍ଗା ଧରି ଆଜାଦୀ ନାରା ଦେଉଛନ୍ତି ।
ତେବେ ରବିବାର ସକାଳେ ସେମାନେ ମୋର୍ଚ୍ଚା ବାହାର କରି ରାଜଘାଟ ପର୍ଯ୍ୟନ୍ତ ଯିବେ ବୋଲି ସୂଚନା ମିଳିଥିବାରୁ ପୋଲିସ ସୁରକ୍ଷା ବଢାଇ ଦିଆଯାଇଛି ।
ସୌଜନ୍ୟ: @ANI