ETV Bharat / bharat

ସିଏଏ ଭାରତୀୟ ମୁସଲିମଙ୍କ ବିରୋଧରେ ନୁହେଁ: ଗୃହ ରାଷ୍ଟ୍ରମନ୍ତ୍ରୀ

ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହେଲେ ଭାରତୀୟ ମୁସଲମାନ ମାନଙ୍କୁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି ।

caa-not-the-against-of-muslim-community-home-state-minister-g-kishan-readdy
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jan 2, 2020, 8:07 AM IST

ହାଇଦ୍ରାବାଦ: ନାଗରିକତା ସଂଶୋଧନ ଆଇନ (ସିଏଏ) କାର୍ଯ୍ୟକାରୀ ହେଲେ ଭାରତୀୟ ମୁସଲମାନ ମାନଙ୍କୁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଗୃହରାଷ୍ଟ୍ରମନ୍ତ୍ରୀ ଜି.କିଷନ ରେଡ୍ଡୀ କହିଛନ୍ତି । ଏହି ଆଇନ କୌଣସି ଭାରତୀୟ ମୁସଲିମ ଓ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକଙ୍କ ବିପକ୍ଷରେ ନୁହେଁ। ଏହା କୌଣସି ଧର୍ମ ଓ ନାଗରିକତା ବିରୋଧରେ ନୁହେଁ ବୋଲି କହିଛନ୍ତି କିଷନ ରେଡ୍ଡୀ ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିରୋଧ କରିବା ଗଣତନ୍ତ୍ର ରାଷ୍ଟ୍ରରେ ସମ୍ପୂର୍ଣ୍ଣ ଅଧିକାର ଅଛି । କିନ୍ତୁ କାହିଁକି ବିରୋଧ କରୁଛ ? କାହା ବିରୋଧରେ କରୁଛ ? ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଯଦିଓ ଆନ୍ଦୋଳନ କରିବା ତୁମ ଅଧିକାର କିନ୍ତୁ ବ୍ୟାପକ ପରିମାଣରେ ଜନସାଧାରଣଙ୍କର ସମ୍ଫତ୍ତି, ବସଷ୍ଟାଣ୍ଡ,ବସ ଗୁଡିକୁ ନିଆଁ ଜାଳିବା ଓ ପଛର ଫୋପାଡିବା ତୁମ ଅଧିକାର ନୁହେଁ ।

ଡିସେମ୍ବର 12ରୁ ସିଏଏକୁ ନେଇ ଦେଶର ରାଜଧାନୀ ସମେତ ବିଭିନ୍ନ ଅଞ୍ଚଳରେ ହିଂସା ନଜର ଆସିଛି । ପାକିସ୍ତାନ,ଆଫଗାନିସ୍ତାନ,ବାଂଲାଦେଶରେ ସଂଖ୍ୟାଲଘୁ ଭାବରେ ଧର୍ମୀୟ ଉତ୍ପୀଡନାର ଶିକାର ହୋଇ 2014 ଡିସେମ୍ବର 31 ମଧ୍ୟରେ ଭାରତରେ ଶରଣାର୍ଥୀ ଭାବରେ ରହୁଥିବା ହିନ୍ଦୁ, ଶିଖ,ଜୈନ, ପାର୍ଶୀ ଓ ଖ୍ରୀଷ୍ଟିୟାନ ସମ୍ପ୍ରଦାୟରେ ଲୋକମାନଙ୍କୁ ଭାରତର ନାଗରିକତା ପ୍ରଦାନ କରିବା ପାଇଁ ଆସିଛି ନାଗରିକତା ସଂଶୋଧନ ଆଇନ ।

Intro:

Body:test-aspera-2-img-and-video

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.