ETV Bharat / bharat

ଜାମିଆ ହିଂସା ମାମଲାରେ ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟରେ ଆବେଦନ - caa jamia violence

ଦିଲ୍ଲୀର ଜାମିଆରେ ହୋଇଥିବା ହିଂସା ଘଟଣାର ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ବର୍ତ୍ତମାନ ଏହି ମାମଲାର ଶୁଣାଣି ମେ’ 8 ରେ ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜାମିଆ ହିଂସା ମାମଲାରେ ଶୀଘ୍ର ଶୁଣାଣି
author img

By

Published : May 8, 2020, 6:59 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଜାମିଆରେ ହୋଇଥିବା ହିଂସା ଘଟଣାର ଶୀଘ୍ର ଶୁଣାଣି ପାଇଁ ହାଇକୋର୍ଟରେ ଏକ ଆବେଦନ କରାଯାଇଛି । ଏଥିରେ କୁହାଯାଇଛି ଯେ ଗୋଟିଏ ପଟେ 24 ମାର୍ଚ୍ଚରୁ ସାରା ଦେଶରେ କୋରୋନା ଭାଇରସ ଯୋଗୁଁ ଲକଡାଉନ ଜାରି ରହିଛି ଏବଂ ଲୋକମାନେ ନିଜ ଘର ଭିତରେ କ୍ବାରେଣ୍ଟାଇନରେ ଅଛନ୍ତି । ଅନ୍ୟପଟେ ଦିଲ୍ଲୀ ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ପଚରାଉଚରା ନାଁରେ ଥାନାରେ ଘଣ୍ଟା ଘଣ୍ଟା ଧରି ଛାତ୍ରମାନଙ୍କୁ ହଇରାଣ କରୁଛନ୍ତି ।

ଜାମିଆ ହିଂସା ମାମଲାରେ ଏହି ଆବେଦନ ଶୀଘ୍ର ଶୁଣିବାକୁ ଦିଲ୍ଲୀ ହାଇକୋର୍ଟ ରାଜି ହୋଇଛନ୍ତି । ବର୍ତ୍ତମାନ ଏହି ମାମଲାର ଶୁଣାଣି ମେ’ 8 ରେ ହେବ । ଏହାପୂର୍ବରୁ କୋର୍ଟ ଏହି ମାମଲାର ଶୁଣାଣି ପାଇଁ ଜୁଲାଇ ମାସ ସ୍ଥିର କରିଥିଲେ । ଏଥିସହ ଦିଲ୍ଲୀ ସରକାର, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୋଲିସକୁ ଏହାର ଜାବବ ରଖିବାକୁ କୁହାଯାଇଥିଲା ।

ଗତ ବର୍ଷ ଡିସେମ୍ବରରେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଛାତ୍ରମାନେ ନାଗରିକତା ସଂଶୋଧନ ଆଇନ(CAA) ବିରୋଧରେ ପ୍ରଦର୍ଶନ କରିଥିଲେ । ଏହି ସମୟ ମଧ୍ୟରେ ହିଂସା ହୋଇଥିଲା ଏବଂ ପୋଲିସ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । କିଛି ଲୋକଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା ।

ଦିଲ୍ଲୀରେ ହିଂସା ମାମଲାରେ ହାଇକୋର୍ଟରେ ଅନେକ ଆବେଦନ କରାଯାଇଥିଲା । ହାଇକୋର୍ଟ ସମସ୍ତ ଆବେଦନକୁ ଏକାଠି ଶୁଣାଣି କରିବା ପାଇଁ ଜୁଲାଇ ସମୟ ସ୍ଥିର କରିଥିଲେ । CAA ବିରୋଧ ଯୋଗୁଁ, ଅନେକ ବିଶ୍ବବିଦ୍ୟାଳୟର ଛାତ୍ରମାନେ ଜାମିଆ ଛାତ୍ରଙ୍କ ସମେତ ବିରୋଧ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ । ନିକଟରେ ଦିଲ୍ଲୀ ହିଂସା ମାମଲାରେ ଗିରଫ ହୋଇଥିବା ଶାହରୁଖ ମଧ୍ୟ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟକୁ ଆବେଦନ କରିଥିଲେ । ଯଦିଓ ନିମ୍ନ ଅଦାଲତରେ ଆବେଦନ କରିବାକୁ ହାଇକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀରେ ହୋଇଥିବା ହିଂସା ସମୟରେ ଶାହରୁଖ ପୋଲିସ ଦୀପକ ଦାହିଆଙ୍କ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତ ଶାହାରୁଖଙ୍କ ପିସ୍ତଲ ଟାଣୁଥିବା ଚିତ୍ର ମଧ୍ୟ ସାମ୍ନାକୁ ଆସିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.