ETV Bharat / bharat

ବିବାହ କାର୍ଡରେ ସିଏଏ-ଏନଆରସିକୁ ସମର୍ଥନ - caa and nrc support on marriage card

ସିଏଏ ଏବଂ ଏନଆରସିକୁ ସମର୍ଥନ କରିବାର  ଏକ ଅଭିନବ ଉପାୟ ବାହାର କରିଛନ୍ତି ଉତ୍ତର ପ୍ରଦେଶର ଏକ ଦମ୍ପତ୍ତି । ବିହାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଦମ୍ପତ୍ତି ନିଜ ବିବାହ କାର୍ଡ ଜରିଆରେ ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ।

caa-and-nrc
ବିବାହ କାର୍ଡରେ ସିଏଏକୁ ସମର୍ଥନ
author img

By

Published : Jan 17, 2020, 7:48 PM IST

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜୀକା(ଏନଆରସି)କୁ ନୂଆ ନୂଆ ଢଙ୍ଗରେ ବିରୋଧ ଏବଂ ସମର୍ଥନ କରୁଛନ୍ତି ଦେଶବାସୀ । ତେବେ ସିଏଏ ଏବଂ ଏନଆରସିକୁ ସମର୍ଥନ କରିବାର ଏକ ଅଭିନବ ଉପାୟ ବାହାର କରିଛନ୍ତି ଉତ୍ତର ପ୍ରଦେଶର ଏକ ଦମ୍ପତ୍ତି । ବିହାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଏହି ଦମ୍ପତ୍ତି ନିଜ ବିବାହ କାର୍ଡ ଜରିଆରେ ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଥିବା ଘୋଷଣା କରିଛନ୍ତି ।

ଉତ୍ତର ପ୍ରଦେଶ ସମ୍ଭଲର ମୋହିତ ମିଶ୍ର ଏବଂ ସୋନମ ପାଠକ ଆସନ୍ତା ଫେବୃଆରୀ 3 ତାରିଖରେ ବିବାହ କରିବାକୁ ଯାଉଛନ୍ତି । ଏହି ଦମ୍ପତ୍ତି ଏବଂ ତାଙ୍କ ପରିବାର ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଛନ୍ତି ତାହା ବ୍ୟକ୍ତ କରିବା ପାଇଁ ଏକ ଅଭିନବ ଉପାୟ ବାହାର କରିଛନ୍ତି । ବିବାହ ଆୟୋଜନ ପାଇଁ ପ୍ରସ୍ତୁତ ନିମନ୍ତ୍ରଣ କାର୍ଡରେ ବୈବାହିକ କାର୍ଯ୍ୟକ୍ରମ ସହ ଆମେ ସିଏଏ ଏବଂ ଏନଆରସିକୁ ସମର୍ଥନ କରୁଛୁ ବୋଲି ବଡ ବଡ ଅକ୍ଷରରେ ଲେଖାଯାଇଛି । ନିଜ ବିଚାରଧାରାକୁ ଅଭିବ୍ୟକ୍ତ କରିବାର ସମସ୍ତଙ୍କର ଅଧିକାର ରହିଛି । ତେଣୁ ନିଜ ବିଚାରଧାରାକୁ ଅନ୍ୟ ଲୋକଙ୍କ ନିକଟକୁ ପହଞ୍ଚାଇବା ପାଇଁ ସେମାନେ ଏହି ଉପାୟ ଆପଣାଇଥିବା ମୋହିତ କହିଛନ୍ତି । ଏହା ଦ୍ବାରା ସିଏଏ ଏବଂ ଏନଆରସି ସମ୍ବନ୍ଧରେ ଲୋକେ ଅବଗତ ହେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ସିଏଏ ଏବଂ ପ୍ରସ୍ତାବିତ ଏନଆରସିକୁ ନେଇ ଦେଶବ୍ୟାପି ପ୍ରଦର୍ଶନ ଜାରି ରହିଛି । ଉତ୍ତର ପ୍ରଦେଶରେ ମଧ୍ୟ ଏହାକୁ ନେଇ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ପ୍ରଦର୍ଶନ ସମୟରେ 21 ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.