ETV Bharat / bharat

ଅଗଷ୍ଟ 24ରେ ଉତ୍ତର ପ୍ରଦେଶ-କେରଳ ରାଜ୍ୟସଭା ପାଇଁ ଉପନିର୍ବାଚନ

ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବେନି ପ୍ରସାଦ ବର୍ମା ଏବଂ କେରଳର ରାଜ୍ୟସଭା ସାଂସଦ ବିରେନ୍ଦ୍ର କୁମାରଙ୍କ ଦେହାନ୍ତ ପରେ ଉଭୟ ଆସନ ଖାଲି ପଡିଛି ।

ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ
author img

By

Published : Jul 30, 2020, 5:31 PM IST

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ଏବଂ କେରଳର ଖାଲିପଡିଥିବା 2ଟି ରଜ୍ୟସଭା ଆସନ ପାଇଁ ଅଗଷ୍ଟ 24ରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଗୁରୁବାର ନିର୍ବାଚନ ଆୟୋଗ ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତରପ୍ରଦେଶର ରାଜ୍ୟସଭା ସାଂସଦ ବେନି ପ୍ରସାଦ ବର୍ମା ଏବଂ କେରଳର ରାଜ୍ୟସଭା ସାଂସଦ ବିରେନ୍ଦ୍ର କୁମାରଙ୍କ ଦେହାନ୍ତ ପରେ ଉଭୟ ଆସନ ଖାଲି ପଡିଛି ।

ତେବେ ଉପ-ନିର୍ବାଚନ ପାଇଁ ଅଗଷ୍ଟ 6 ରେ ବିଜ୍ଞପ୍ତି ଜାରି କରାଯିବ । ଅଗଷ୍ଟ 14 ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏହା ପରେ, ଅଗଷ୍ଟ 17 ପର୍ଯ୍ୟନ୍ତ ନାମାଙ୍କନପତ୍ର ପ୍ରତ୍ୟାହାର କରାଯାଇପାରିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ତେବେ ଅଗଷ୍ଟ 24ରେ ମତଦାନ ପ୍ରକ୍ରିୟା ହେବ ଏବଂ ସେହି ଦିନ ସନ୍ଧ୍ୟାରେ ଭୋଟ ଗଣନା ହେବ ।

ଏହା ବ୍ୟତୀତ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ସଦସ୍ୟ ଏମ.ଭି ରାମନା ରାଓଙ୍କ ଇସ୍ତଫା ପରେ ଅଗଷ୍ଟ 24 ରେ ଖାଲିଥିବା ଆସନ ପାଇଁ ଉପ-ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

ସେପଟେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ସଭାପତି କମଲ ନାଥ ଜୁଲାଇ 23 ରେ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖି ଉପ ନିର୍ବାଚନ ପାଇଁ ବାଲାଟ ପେପର ବ୍ୟବହାର କରିବାରୁ ପରାମର୍ଶ ଦେଇଥିଲେ । କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ଆଗାମୀ ବିଧାନସଭା ଉପନିର୍ବାଚନ ଗୁଡିକ ଏପରି କରିବା ଉଚିତ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭା ସଦସ୍ୟ ବେନି ପ୍ରସାଦ ବର୍ମାଙ୍କର ଚଳିତ ବର୍ଷ ମାର୍ଚ୍ଚ 27 ରେ ଦେହାନ୍ତ ହୋଇଥିବାବେଳେ ସାଂସଦ ବିରେନ୍ଦ୍ର କୁମାରଙ୍କର ମେ 28 ରେ ମୃତ୍ୟୁଘଟିଥିଲା । ବର୍ମାଙ୍କ କାର୍ଯ୍ୟକାଳ ଜୁଲାଇ 2022 ପର୍ଯ୍ୟନ୍ତ ଥିବାବେଳେ କୁମାରଙ୍କ କାର୍ଯ୍ୟକାଳ ଏପ୍ରିଲ 2022ରେ ଶେଷ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.