ମୁମ୍ବାଇ: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥ ସତରା ନିକଟରେ ବସ-ଟ୍ରକ ଧକ୍କା । ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ଗୁରୁତର ଆହତ ହୋଇଛନ୍ତି ।
ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଚିକିତ୍ସା ଚାଲିଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି ।
ତେବେ ଦୁର୍ଘଟଣାର କାରଣ କଣ ପୋଲିସ ବର୍ତ୍ତମାନ ଦତନ୍ତ ଜାରି ରଖିଛି । ତେବେ ଗତ ସପ୍ତାହରେ ମଧ୍ୟ ମୁମ୍ବାଇ-କୋଚି ଜାତୀୟ ରାଜପଥରେ ଏହି ସମାନ ଘଟଣା ଘଟିଥିଲା ।