ETV Bharat / bharat

ଆଗ୍ରାରେ ହାଇଜାକ ହୋଇଥିବା ବସ୍‌ ଇଟାବାରୁ ଠାବ, ସମସ୍ତ ଯାତ୍ରୀ ସୁରକ୍ଷିତ - agra bus hijack

ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ
ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ
author img

By

Published : Aug 19, 2020, 10:15 AM IST

Updated : Aug 19, 2020, 3:09 PM IST

10:10 August 19

ଆଗ୍ରାରେ ହାଇଜାକ ହୋଇଥିବା ବସ୍‌ ଇଟାବାରୁ ଠାବ

ଆଗ୍ରାରେ ଯାତ୍ରୀଙ୍କ ସହିତ ବସ ହାଇଜାକ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ହାଇଜାକ ହୋଇଥିବା ବସ୍‌ ଠାବ ହୋଇଛି । ଏହା ଇଟାବାରୁ ଠାବ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ଯାତ୍ରୀଙ୍କୁ ଛାଡି ଦିଆଯାଇଛି । ସମସ୍ତ 34 ଯାତ୍ରୀ ସୁରକ୍ଷିତ ଅଛନ୍ତି । ଏକ ଫାଇନାନ୍ସ କମ୍ପାନୀ ଏହି ବସକୁ ହାଇଜାକ କରିଥିବା କୁହାଯାଉଛି ।  

ସୂଚନା ମୁତାବକ, ମଧ୍ୟପ୍ରଦେଶର ବସ ଚାଳକ ରମେଶ ସ୍ଲିପର ବସରେ 34 ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ଗୁରୁଗ୍ରାମ ଯାତ୍ରା କରିଥିଲେ । ମଙ୍ଗଳବାର ରାତି 10.30ରେ ଦକ୍ଷିଣୀ ବାଇପାସର ରାୟଭା ଟୋଲ ପ୍ଲାଜା ନିକଟରେ ବସ ପହଞ୍ଚିବା ପରେ ସେଠାରେ ଦୁଇଟି କାରରେ 8ରୁ 9 ଜଣ ଯୁବକ ବସକୁ ଅଟକାଇଥିଲେ । ନିଜକୁ ଫାଇନାନ୍ସ କର୍ମଚାରୀ କହି ବସରେ ଚଢିଥିଲେ । ପରେ ଡ୍ରାଇଭରକୁ ଓହ୍ଲାଇଦେଇ ବସକୁ ନେଇଯାଇଥିଲେ ନେଇ ଆଜି(ବୁଧବାର) ମଲାପୁରା ଥାନାରେ ଡ୍ରାଇଭର ଜଣଙ୍କ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ।  

ଘଟଣାକୁ ନେଇ ଏସଏସପି ବବଲୁ କୁମାର କହିଛନ୍ତି, ‘ଡ୍ରାଇଭର ଓ ହେଲପରଙ୍କ ସୂଚନା ପରେ ଜିଲ୍ଲାରେ ଆଲର୍ଟ କରାଯାଇଥିଲା । ପଡୋଶୀ ଜିଲ୍ଲାର ଏସପିମାନଙ୍କୁ ମଧ୍ୟ ଘଟଣାର ସୂଚନା ଦିଆଯାଇଥିଲା ।’

Last Updated : Aug 19, 2020, 3:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.