ETV Bharat / bharat

ବର୍ଷାରେ ବୁଡିଗଲା ବସ; ଦେଖନ୍ତୁ ଭିଡିଓ - ସରଦାରପୁର

ମଧ୍ୟପ୍ରଦେଶ ସରଦାରପୁର ନିକଟରେ ବର୍ଷାଜଳରେ ବୁଡିଗଲା ବସ । ଏଥିରେ ଫସି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
author img

By

Published : Aug 8, 2019, 8:23 PM IST

ଭୋପାଳ: ମଧ୍ଯପ୍ରଦେଶରେ ଜାରି ରହିଛି ବର୍ଷାର ପ୍ରକୋପ । ଅତ୍ୟଧିକ ବର୍ଷା ଯୋଗୁଁ ରାସ୍ତାଘାଟରେ ଗାଡିଚଳାଚଳ ପୁରା ଠପ ହୋଇଯାଇଛି । ଏଥିଯୋଗୁଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ତେବେ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ ଧରଣର ଦୁର୍ଘଟଣାରୁ ରକ୍ଷା ପାଇଗଲେ ଲୋକେ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ସୂଚନାନୂସାରେ, ମୂଷଳ ଧାରରେ ବର୍ଷା ହେବା କାରଣରୁ ସରଦାରପୁର ଗାଁ ପାଖରେ ଥିବା ମନାବର-ମାଁଗୌଦ ରାସ୍ତାକୁ ସଂଯୋଗ କରୁଥିବା ପୋଲ ଉପରେ ପାଣି ପ୍ରବାହିତ ହେଉଛି । ଗୁରୁବାର ଉକ୍ତ ପୋଲ ଉପରେ ଯାଉଥିବା ସମୟରେ ବସ ପାଣି ମଝିରେ ଫସି ରହିଥିଲା ।

ଏହାପରେ ସ୍ଥାନୀୟ ବାସିନ୍ଦା ଏକ ଦଉଡି ସାହାଯ୍ୟରେ ବହୁ ସମୟର କସରତ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଖବରପାଇ ଏକ ଘଣ୍ଟା ପରେ ପ୍ରଶାସନର ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏହାସହ ସ୍ଥାନୀୟ ବିଧାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ ।

Intro:Body:

Thursday blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.