ଲକ୍ଷ୍ନୌ: ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡିବା ପରେ ହଠାତ ଜଳିଗଲା ବସ । ଘଟଣାସ୍ଥଳରୁ ଉଦ୍ଧାର ହେଲେ ବସରେ ଥିବା ପ୍ରାୟ 70 ଯାତ୍ରୀ । ଉତ୍ତରପ୍ରଦେଶ ଜୋନପୁରରେ ଘଟିଛି ଏହି ଘଟଣା।
ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଠିକ ସମୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ହେଲେ ଦୁର୍ଘଟଣାରେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲକୁ ପଠାଯାଇଛି ।