ETV Bharat / bharat

‘ଠିକ୍‌ ସମୟରେ ଆରମ୍ଭ ହେବ ବୁଲେଟ ଟ୍ରେନ କାର୍ଯ୍ୟ, ସରିଛି 60% ଜମି ଅଧିଗ୍ରହଣ’

author img

By

Published : Jul 18, 2020, 2:08 PM IST

ରେଲବାଇ ବୋର୍ଡ ଅଧ୍ୟକ୍ଷକଙ୍କ ଅନୁଯାୟୀ ବୁଲେଟ ଟ୍ରେନ ଆରମ୍ଭ କରିବାର ପ୍ରସ୍ତାବିତ ସମୟ ଏପର୍ଯ୍ୟନ୍ତ ବୃଦ୍ଧି କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ହାଇ ସ୍ପିଡ ରେଳ କରିଡର ଠିକ ସମୟରେ ପ୍ରସ୍ତୁତ ହେବ । ଅଧିକ ପଢନ୍ତୁ...

ଠିକ ସମୟରେ ଆରମ୍ଭ ହେବ ବୁଲେଟ ଟ୍ରେନ କାର୍ଯ୍ୟ, ସରିଛି 60% ଜମି ଅଧିଗ୍ରହଣ: ରେଲଓ୍ବେ

ନୂଆଦିଲ୍ଲୀ: ରେଲଓ୍ବେ ବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି ଯେ, ଅହମ୍ମଦାବାଦରୁ ମୁମ୍ବାଇ ହାଇସ୍ପିଡ ରେଳ କରିଡର ପ୍ରୋଜେକ୍ଟ ପାଇଁ ଏପର୍ଯ୍ୟନ୍ତ ମୋଟ 60 ପ୍ରତିଶ ଜମି ଅଧିଗ୍ରହଣ କରାଯାଇଛି। ଏଥିମଧ୍ୟରୁ 37% ଜମି ଅଧିଗ୍ରହଣ ଗୁଜୁରାଟରେ ହୋଇଥିବାବେଳେ 23% ଜମି ମହାରାଷ୍ଟ୍ରରେ ହୋଇଛି।

ବୁଲେଟ ଟ୍ରେନ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ସମୟରେ ସବୁଠୁ ଅଧିକ ସମସ୍ୟା ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ଅନେକ ଅଞ୍ଚଳ ଅଛି ଯେଉଁଠାରେ ବୁଲେଟ ଟ୍ରେନ ପାଇଁ ଜମି ଅଧିଗ୍ରହଣରେ ଜମି ମାଲିକ କିମ୍ବା ସେମାନଙ୍କ ଗୋଷ୍ଠୀ ସହିତ କୌଣସି ଚୁକ୍ତି ହୋଇନାହିଁ ।

ବୁଲେଟ ଟ୍ରେନ ପାଇଁ ଜମି ଅଧିଗ୍ରହଣ କରିବା ପୂର୍ବରୁ, ଜମି ମାଲିକ ଏବଂ ସେମାନଙ୍କ ସଙ୍ଗଠନ ସେମାନଙ୍କ ସୁବିଧା ସହ ଜଡିତ ଅନେକ କଥାର ଆଶ୍ବସନା ଦେଇଛନ୍ତି । ରେଳବାଇ ସେମାନଙ୍କ ଜମିର ସର୍କଲ ହାରର 5 ଗୁଣା ପ୍ରଦାନ କରିଛି। ରେଳବାଇ ଏହି ଜମି ମାଲିକଙ୍କ ଗାଁରେ ପିଲାମାନଙ୍କ ପାଇଁ ମେଡିକାଲ କ୍ଲିନିକ ଏବଂ ବିଦ୍ୟାଳୟ ମଧ୍ୟ ଖୋଲିବ ।

ରେଲଓ୍ବେ ବୋର୍ଡ ଅଧ୍ୟକ୍ଷଙ୍କ ଅନୁଯାୟୀ ବୁଲେଟ ଟ୍ରେନ ଆରମ୍ଭ କରିବାର ପ୍ରସ୍ତାବିତ ସମୟ ଏପର୍ଯ୍ୟନ୍ତ ବୃଦ୍ଧି କରାଯାଇ ନାହିଁ। ଆଶା କରାଯାଉଛି ଯେ ଏହି ହାଇସ୍ପିଡ ରେଳ କରିଡର ଠିକ ସମୟରେ ପ୍ରସ୍ତୁତ ହେବ । ତଥାପି, 90% ଜମି ଅଧିଗ୍ରହଣ ସମାପ୍ତ ନହେବା ପର୍ଯ୍ୟନ୍ତ, ଗ୍ରାଉଣ୍ଡ ୱାର୍କ ଟ୍ରାକ ପକାଇବା କାର୍ଯ୍ୟ ଆରମ୍ଭ ହେବ ନାହିଁ ।

ଯଦିଓ ବୁଲେଟ ଟ୍ରେନ ପାଇଁ ହାଇ ସ୍ପିଡ ରେଳ କରିଡର ପ୍ରୋଜେକ୍ଟ କାର୍ଯ୍ୟ ସିଧାସଳଖ ଆରମ୍ଭ ହୋଇନାହିଁ, କିନ୍ତୁ ଏହା ସହ ଜଡିତ ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟ ଆରମ୍ଭ ହୋଇଛି । ଉଦାହରଣ ସ୍ୱରୂପ, ହାଇ ସ୍ପିଡ ଟ୍ରେନ ଟ୍ରେନିଂ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ ହୋଇଛି । ଏହି ପ୍ରକଳ୍ପ ପଥରେ ଆସୁଥିବା ଗୋଡିର ଏକ ଡିପୋ ଘୁଞ୍ଚାଇବା କାମ ଚାଲିଛି ।

ସ୍ୱତନ୍ତ୍ର ଟେକ୍ନୋଲୋଜି ସହିତ ପ୍ରକଳ୍ପର ଅଧିଗ୍ରହଣ ଜମିରେ ଆସୁଥିବା ଗଛଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ କାର୍ଯ୍ୟ କରାଯାଉଛି । ଅହମ୍ମଦାବାଦର ସାବରମତି ପାସେଞ୍ଜର ହବର ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି। ବଡୋଦରାର ଛାୟାପୁରୀ ଷ୍ଟେସନର ପୁନଃ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଛାୟାପୁରୀ ଷ୍ଟେସନ ରେଳର ଏକ ଅଂଶ କିନ୍ତୁ ଏହା ବୁଲେଟ ଟ୍ରେନ ମାର୍ଗରେ ସହାୟକ ଷ୍ଟେସନ ଭାବରେ ବ୍ୟବହୃତ ହେବ ।

ବୁଲେଟ ଟ୍ରେନ ଘଣ୍ଟା ପ୍ରତି 320 କିମି ବେଗରେ ଚାଲିବ। ଅହମ୍ମଦାବାଦରୁ ମୁମ୍ବାଇ ଯାତ୍ରା ପାଇଁ ପ୍ରାୟ 2 ଘଣ୍ଟା 7 ମିନିଟ ଲାଗିବ । ପ୍ରକଳ୍ପର ମୋଟ ଦୂରତା ପ୍ରାୟ 508 କିମି । ସର୍ବାଧିକ ଦୂରତା 460.3 କିମି ଉଚ୍ଚ ମାର୍ଗରେ ରହିବ । ବୁଲେଟ ଟ୍ରେନ ମାର୍ଗରେ ସମୁଦାୟ 25.87 କିମି ଟନେଲ ଥିବାବେଳେ ସମୁଦାୟ 9.22 କିମି ଦୂରତା ବୁଲେଟ ଟ୍ରେନ ବ୍ରିଜ ଦେଇ ଅତିକ୍ରମ କରିବ । ଅହମ୍ମଦାବାଦର ସାବରମତି ଠାରୁ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ପର୍ଯ୍ୟନ୍ତ ମୋଟ 12ଟି ଷ୍ଟେସନ ରହିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.